ସାଲେମୁଡଗା କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ


କଣ୍ଟାବାଞ୍ଜି ୧୩/୦୨ ତୁରେକେଲା ବ୍ଳକର ସାଲେମୁଡଗା କ୍ଳଷ୍ଟରର ନିପୁଣ ମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ କନ୍ଦେଇ ଠାରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୋହନ ଚରଣ ବରିହା ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ନାଏବ ସରପଞ୍ଚ ନରସିଂହ କଟା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କ୍ଷମା ବାଗ,ଉପ ସଭାପତି ସୁରେନ୍ଦ୍ର କରୁଆଁ ଯୋଗ ଦେଇଥିଲେ।


ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଶିକ୍ଷଣ ସାମଗ୍ରୀ ଆଣି ମେଳାରେ ପ୍ରଦର୍ଶନ କରିଥିଲେ।ସେମଧ୍ୟରୁ ଜାମକି ବିଦ୍ୟାଳୟ ପ୍ରଥମ, ଯୁବାମାଲ ବିଦ୍ୟାଳୟ ଦ୍ୱିତୀୟ, ସନ୍ଧିବାହିଲି ବିଦ୍ୟାଳୟ ତୃତୀୟ ହୋଇଥିଲେ।ସେମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି ମେଳାରେ ଶିକ୍ଷକ ସୁରେଶ ନାୟକ,ସୁରେଶ ଧରୁଆ, ସୁରେଶ ସାହୁ,ସୁମନ୍ତ କେଇ,ସୁଶାନ୍ତ ନାଗ,ସୁଷମା ନାଗ,ଅଙ୍କିତା ମେହେର, ହରିଶ ଧରୁଆ, ଗିରିଶ ଚନ୍ଦ୍ର ମାଝୀ, ସୋମନାଥ ମେହେର, ତପୋଧନ ଭୋଇ,ସବିତା କୁମ୍ଭାର,ସଞ୍ଜୁ ପୁଟେଲ, ଦିଲେଶ୍ୱର ତୁମନିଆ,ରତନ ବାଗ,ଅଶୋକ କୁମାର ବିନ୍ଧାଣି, ବିମଳ କୁମାର ପାଣ୍ଡେ,କୌଶିକ ସଗ୍ରିଆ,ରୋହିତ କିଶୋର ବାରିକ, ଶ୍ୟାମ ମାରପଚି,ଭୁପିନ୍ଦ୍ର ସିଂ,ମନୋହର ବୁଡେକ,ଗଗନ ବିହାରୀ ମହାକୁଡ,କୌଶଲ୍ୟା ମାଝୀ, ହିମାଂଶୁ ସଗ୍ରିଆ, ସଞ୍ଜୟ ତୁମନିଆ,ବିଜୟ କୁମାର ବରିହା,ମିନତୀ ପଣ୍ଡା ଆଦି ସହଯୋଗ କରିଥିଲେ।


Post a Comment

Previous Post Next Post