ତୁରେକେଲା ୧୩/୦୨ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଏଗାର ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ,ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ମୁଖ୍ୟ ବକ୍ତା, ଶିକ୍ଷୟିତ୍ରୀ ମାଧବୀଲତା ସାହୁ,ବିଆରଟି ସୁନୀଲ କୁମାର ସାହୁ,ବନମାଳୀ ଛୁରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ବିରଞ୍ଚି ନାରାୟଣ ଦାଶ ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ।ସର୍ବ ପ୍ରଥମେ ଅତିଥି ମାନେ ମା ବାଗ୍ଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷମାଲ୍ୟ ପ୍ରଦାନ କରିଥିଲେ।ମମତା ମେହେର ଶ୍ଳୋକ ଉଚ୍ଚାରଣ ଓ ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ତାପରେ ନିପୁଣ ମିଶନର ଗୀତ ଓ ପ୍ରତିଜ୍ଞା ନିଆଯାଇଥିଲା।ପ୍ରଥମରୁ ତୃତୀୟ ଶ୍ରେଣୀ ର ସଂଖାଜ୍ଞାନ ଓ ଭାଷାଜ୍ଞାନ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶନ କରାଯାଇଥିଲା।ଶିକ୍ଷଣ ସାମଗ୍ରୀ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ,ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ।ସେମାନଙ୍କ ଭିତରୁ ସଂଖାଜ୍ଞାନ ଓ ଭାଷା ପାଇଁ ଶ୍ରେଷ୍ଠ ତିନିଜଣ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫେନ୍ସି ଡ୍ରେସରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ମେଳାରେ ଶିକ୍ଷକ ସୁରୁମଣି ମେହେର, ମାନସ ରଞ୍ଜନ ଜାଲ,ରାଜୀବ ଦାସ,ଡମ୍ବରୁ ମେହେର, ପୀତାମ୍ବର ଲୁହା,ସୁନୀଲ ରଞ୍ଜନ ସଲତାର,ଗୋପାଳ ଧରୁଆ,ପ୍ରଦୀପ କୁମାର ମେହେର, ଶିକ୍ଷୟିତ୍ରୀ ଟିକେଶ୍ୱରୀ ସେଠ,ବିନୋଦିନୀ ତାଣ୍ଡୀ, ରଜନୀ ମେହେର, ସୁଭଦ୍ରା ମେହେର ସହଯୋଗ କରିଥିଲେ।

Post a Comment