ତୁରେକେଲା ୧୩/୦୨, ତୁରେକେଲା ଏକ ଦାଦନ ପ୍ରବଣ ଆଞ୍ଚଲ । ଏହି ଅଞ୍ଚଳରୁ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ନିଜ ପେଟ ପାଟଣା ପାଇଁ ଦାଦନ ଭାବେ ଖଟିବାକୁ ଯାଇଥାନ୍ତି । ତେବେ ସେଠାରେ ଅନେକ ସମୟରେ ନିର୍ଯାତନା, ଲାଞ୍ଛନା ପାଉଥିବା ବେଳେ ଅନେକ ସମୟରେ ଶ୍ରମିକଙ୍କ ହାତ ଗୋଡ ହରାଉଥିବା ବେଳେ ଶବ ହୋଇ ଘରକୁ ଫେରୁଥିବା ନଜିର ରହିଛି । ତେବେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଅନେକ ଥର ସଚେତନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲେ ବେଳେ ଏହାକୁ ନେଇ ବିକଳ୍ପ ଅନୁଷ୍ଠାନ ସ୍ଥାନୀୟ ପ୍ରଶାସନ ସହଯୋଗର ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆମ ପଞ୍ଚାୟତ, ଶ୍ରମିକ ମୁକ୍ତ ଚାଲାଣ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବିଡ଼ିଓ ପରମାନନ୍ଦ ପୁଟେଲ ଯୋଗଦେଇ ଅନ୍ୟ ରାଜ୍ୟକୁ ଗୋତି ଶ୍ରମିକ ଖଟି’ ନଯାଇ ନିଜ ଅଞ୍ଚଳରେ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇ ଏଠି କାମ କାମ କରି ନିଜର ପରିବାର ଭରଣ ପୋଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ପୁରୁନ୍ଦର ବାଗ , ସାଂସଦ ପ୍ରତିନିଧି ସୁଦର୍ଶନ କଟା ,ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁର , ବିକଳ୍ପ ଅନୁଷ୍ଠାନ ସମ୍ପାଦିକା ଶୁଭଶ୍ରୀ ପଟ୍ଟନାୟକ , ବ୍ଲକ ସଂଯୋଜକ ସରୋଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଗୋତି ଶ୍ରମିକ ଚାଲାଣ ଉପରେ ଲୋକଙ୍କୁ ସଚେତନ କରିଥିଲେ । ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିକଳ୍ପ ଅନୁଷ୍ଠାନର ପ୍ରତୀକ ଦାସ , ପ୍ରିୟବର୍ତ ସଗ୍ରିଆ, ଅଚ୍ଛୁତ ସାହୁ ସହ ଅନ୍ୟ ମାନେ ସହଯୋଗ କରିଥିଲେ ।
ଆମ ପଂଚାୟତ ଶ୍ରମିକ ଚାଲାଣ ମୁକ୍ତ ପଂଚାୟତ କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment