କଣ୍ଟାମାଳ,୨୦।୦୨: (ମନଧର କର୍ମୀ) ସରକାର ଶିକ୍ଷାର ଉନ୍ନତି ସହ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ଆଜି ବି ଅନେକ ବିଦ୍ୟାଳୟରେ ଭିତ୍ତିଭୂମି ସହ ଶିକ୍ଷକଙ୍କ ଅଭାବ ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ପଂଚାୟତ ର ବ୍ରାହ୍ମଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ପର୍ଯ୍ୟନ୍ତ ରହିଛି । ସ୍କୁଲ ରେ ୩ ଜଣ ଶିକ୍ଷକ ରହିଥିବା ବେଳେ ୮୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ଆବଶ୍ୟକ ଅନୁସାରେ ରେ ଶ୍ରେଣୀ କୋଠରି ମଧ୍ୟ ନାହିଁ । ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଦୁଇ ଗୋଟି ଶ୍ରେଣୀ କୋଠରୀ ଥିବା ଫଳରେ ସ୍କୁଲ ବାରଣ୍ଡା ରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଖରା, ବର୍ଷା, ଶୀତକୁ ଖାତିର ନ କରି ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଏପଟେ ଗୋଟେ ଶ୍ରେଣୀ ଗୃହ ରେ ୩ଗୋଟି ଶ୍ରେଣୀ ବସୁଥିବା ବେଳେ ପାଠ ପଢା ସମୟରେ ବ୍ୟାଘାତ ସହ ଗୋଟେ ଶ୍ରେଣୀ ପିଲାଙ୍କୁ ପାଠ ପଢାଉ ଥିବା ସମୟରେ ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ରହୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ଏପଟେ ସ୍କୁଲ ରେ ପାଚେରୀ ମଧ୍ୟ୍ୟ ନାହିଁ । ଅସ୍ଥାୟୀ ତାର ବାଡ଼ା ଥିବା ବେଳେ ଅସାମାଜିକ ବ୍ୟକ୍ତି ମାନେ ସ୍କୁଲ ଭିତରେ ପଶି ଯାଇ ମଦ୍ୟ ପାନ କରୁଥୁବଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ ର ରୋଷଇ ଗୃହ ମଧ୍ୟ ନାହଁ । ଯାହା ଫଳରେ ଶ୍ରେଣୀ ଗୃହ ରେ ଚାଉଳ ସହ ଅନ୍ୟାନ୍ୟ ରୋଷଇ ସାମଗ୍ରୀ ପଡ଼ି ରହିଛି । ଏପଟେ ଏକ ଅସ୍ଥାୟୀ ଆଜବେଷ୍ଟ ତଳେ ରୋଷଇ ଚାଲୁ ଥିବା ବେଳେ କେତେ ବେଳେ ଯେ ଖାଦ୍ୟରେ ବିଷାକ୍ତ ସାମଗ୍ରୀ ପଡିବ ସେଥିପାଇଁ ଦାୟୀ କିଏ ହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ତୁରନ୍ତ ସ୍କୁଲ ଶ୍ରେଣୀ ଗୃହ, ରୋଷଇ ଗୃହ ନିର୍ମାଣ ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ନାହିଁ ରୋଷେଇ ଘର କି ଆବଶ୍ୟକୀୟ ଶ୍ରେଣୀ କୋଠରୀ, ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢ଼ା
ଆଜତକ ଓଡ଼ିଶା
0
Post a Comment