କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ନୂଆଦିଲ୍ଲୀ ରେ ଆୟୋଜିତ ବିକସିତ ଭାରତ ଯୁବ ନେତୃତ୍ଵ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଶହର ଆଜାଦ ବଂସଲ ଓ ମିନୁ ବଂଶଲ ଙ୍କ ଝିଅ ର ଚଞ୍ଚଳ ବଂଶଲ୍ ଯୋଗଦେଇ କଣ୍ଟାବାଞ୍ଜି ପାଇଁ ଗର୍ବ ଆଣିଛନ୍ତି, ଚଞ୍ଚଳ ହେଉଛନ୍ତି କଣ୍ଟାବାଞ୍ଜି ଭୋକସନାଲ କଲେଜ ର ଛାତ୍ରୀ, ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ କେନ୍ଦ୍ର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନ ଙ୍କୁ ସାକ୍ଷାତ କରିଥିବା ବେଳେ, ଏହି କାର୍ଯ୍ୟକ୍ରମ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ପୁରସ୍କୃତ ଓ ସମ୍ମାନୀତ ହୋଇଥିଲେ, ସେ ତାଙ୍କ ସହର କୁ ଫେରିଛନ୍ତି, ଆଜି ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ପରିସର ରେ ସଭାପତି ପ୍ରଵଜିତ ସିଂହ ସାଲୁଜା ଙ୍କ ସଭାପତିତ୍ବ ଗୋଟିଏ ସମ୍ବର୍ଧନା ସଭା ର ଆୟୋଜନ କରା ଯାଇଥିଲା,
ଏଥିରେ ଚଞ୍ଚଳ ବଂଶଲ, ଙ୍କୁ କଣ୍ଟାବାଞ୍ଜି ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା, ସ୍ମୃତି ଚିହ୍ନ, ଫୁଲ, ସାଲ, ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା, ଏହି ଅବସର ରେ ଚଞ୍ଚଳ ଙ୍କ ବାପା ଆଜାଦ ବଂଶଲ, ମା ମିନୁ ବଂଶଲ,ସହ ସମ୍ପାଦକ ସୁରଦାସ ବାଗ, ଅଫିସ ସମ୍ପାଦକ ବିଶିକେଶନ ମାଝୀ, ପରାମର୍ଶଦାତା ଆଶିଷ ଖଇତାନ ଅନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଚଞ୍ଚଳ ଏହି ସମ୍ମାନ ପ୍ରଦାନ କରିଥିବା ରୁ ପ୍ରେସ କ୍ଲବ୍ କୁ ଧନ୍ୟବାଦ୍ ଜଣାଇବା ସହ ନିଜକୁ ଗର୍ବ ଅନୁଭବ କରୁଛି ବୋଲି କହିଥିଲେ, ଚଞ୍ଚଳ କଣ୍ଟାବାଞ୍ଜି ବରିଷ୍ଠ ସମାଜସେବୀ ବିଜୟ ବଂଶଲ ନାତୁଣି ଅଛନ୍ତି।
Post a Comment