
ଡ଼ିସେମ୍ବର ମାସ ୧୫ତାରିଖ ରବିବାର ଦିନ "ନରସିଂହପୁର ସେବା ମହୋତ୍ସବ" ର ପ୍ରତିଷ୍ଠାତା ସମ୍ମାନୀୟ ଶ୍ରୀଯୁକ୍ତ ତଥାଗତ ବିଶ୍ବାଳ ମହୋଦୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ସେବା ର ସୁଯୋଗ ପ୍ରଦାନ କରିବାର ଏକ ନିଆରା ପ୍ରୟାସ ସ୍ଵରୁପ ଏକ ସ୍ବାଗତ ଯୋଗ୍ୟ ପରିକଳ୍ପନା କୁ ସାକାର କରିବା ପୂର୍ବକ ମାନବ ସେବା ହିଁ ମାଧଵ ସେବା ର ମନ୍ତ୍ର ରେ ଅଭିମନ୍ତ୍ରିତ ହୋଇ ସମାଜ ରେ ଆଧ୍ୟାତ୍ମିକ ଚିନ୍ତନ ଓ ସେବା ମନୋବୃତ୍ତିର ପୁନରୁଦ୍ଧାର ନିମନ୍ତେ "ନରସିଂହପୁର ସେବା ମହୋତ୍ସବ ୨୦୨୪" ଷଷ୍ଠ ଥର ପାଇଁ ଆୟୋଜିତ ହୋଇ ଯାଇଛି।ବାର୍ଷିକୋତ୍ସବ ର ପ୍ରଥମାର୍ଦ୍ଧରେ ସକାଳ ୧୦ଘଟିକା ସମୟ ରେ ହାଇଟେକ୍ ମେଡିକାଲ କଲେଜ ର ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଛ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିବା ପରେ ଅନୁଷ୍ଠାନ ର ମାନେ ମାଗଣା ସ୍ବାସ୍ଥ୍ୟ ଶିବିର କୁ ସଫଳତାର ସହ ପରିଚାଳନା ରେ ସହଯୋଗ କରିଥିଲେ। ଶତାଧିକ ଜନ ସାଧାରଣ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ପ୍ରକାଶ ଥାଉ କି ହାଇଟେକ୍ ମେଡିକାଲ କଲେଜ ର ୩୪ ଜଣ ଡାକ୍ତର ଏହି ସ୍ବାସ୍ଥ୍ୟ ଶିବିର ରେ ଉପସ୍ଥିତ ରହି ଜନ ସାଧାରଣ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସ୍ବାସ୍ଥ୍ୟ ରକ୍ଷା ନିମିତ୍ତ ମାଗଣା ଔଷଧ ଓ ଉପଦେଶ ପ୍ରଦାନ କରିଥିଲେ। ରକ୍ତ ଦାନ ଶିବିର ରେ ୩୬ ଜଣ ସହୃଦୟ ରକ୍ତ ଦାତା ରକ୍ତ ଦାନ କରି ମହାପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଥିଲେ। ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୂଖ୍ୟ ସଚେତକ ବିଭୁ ପ୍ରସାଦ ଶତପଥୀ ଙ୍କ ସଂଯୋଜନା ରେ ଆୟୋଜିତ ସଭା ରେ ମୂଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମହୋଦୟା ଓ ସମ୍ମାନିତ ଅତିଥି ଭାଵେ ହାଇଟେକ୍ ମେଡିକାଲ କଲେଜ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ, ପ୍ରାକ୍ତନ କୂଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ଡକ୍ଟରେଟ୍ କୁମରବର ଦାସ୍,ହାଇଟେକ ମେଡିକାଲ କଲେଜ ର ସ୍ବାସ୍ଥ୍ୟ ବିଜ୍ଞାନୀ ଡାକ୍ତର ପୟୋଧର ପାଢୀ ତଥା ଆୟୋଜକ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତଥାଗତ ବିଶ୍ବାଳ, ସଭାପତି ଶ୍ରୀଯୁକ୍ତ ଶକ୍ତି କୁମାର ମିଶ୍ର,ମଞ୍ଚାସୀନ ହେବା ପରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର ସଂପାଦକ ସୌମ୍ୟରଂଜନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଶ୍ବାଳ ସ୍ବାଗତ ଅଭିଭାଷଣ ରଖିବା ପରେ ସଭାପତି ଶ୍ରୀଯୁକ୍ତ ମିଶ୍ର ବାର୍ଷିକୋତ୍ସବ ର ଆଭିମୁଖ୍ୟ କୁ ସର୍ବ ସମ୍ମୁଖ ରେ ଉପସ୍ଥାପନା କରିଥିଲେ। ଔପଚାରିକ ଭାଵେ ସମଗ୍ର ଓଡ଼ିଶା ସେବା ଅଭିଯାନ,ମୋ ଗାଁ ମୋ ସମ୍ମାନ,ଆମେ ସଵୁ ଅସହାୟ ର ସାଥୀ ଆହ୍ବାନ ର ଲୋଗୋ ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କର କର କମଳ ରେ ଉନ୍ମୋଚନ କରା ଯାଇଥିଲା।"ମୋ ଗାଁ ମୋ ସମ୍ମାନ ଓଡ଼ିଶା ଅଭିଯାନ" ର ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ମହୋଦୟ ତଥା "ଆମେ ସବୁ ଅସହାୟ ର ସାଥୀ"ର ଆବାହକ ଶ୍ରୀଯୁକ୍ତ ତଥାଗତ ବିଶ୍ବାଳ ମହୋଦୟ ଦ୍ବୟ ଙ୍କର ଆହ୍ୱାନ ରେ ମୂଖ୍ୟ ସଚେତକ ଶ୍ରୀଯୁକ୍ତ ବିଭୁ ଶତପଥୀ ଙ୍କ ନେତୃତ୍ବରେ"ସମଗ୍ର ଓଡ଼ିଶା ସେଵା ଅଭିଯାନ" ର ଅୟମାରମ୍ଭ ହେବ ବୋଲି ଘୋଷଣା କରାଗଲା।
ଶତାଧିକ ଜନ ସାଧାରଣ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହିତ,ଆନୁମାନିକ ୨୦୦ଜଣ ଅସହାୟ ଲୋକ ମାନଙ୍କ ପାଇଁ ବସ୍ତ୍ର,ଛତା,ଚପଲ,କମ୍ବଳ,ଆଦି ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା,କୁନି କୁନି ପିଲା ମାନଙ୍କ ପାଇଁ ପାଠ୍ୟ ଉପକରଣ,ଜିଲାପି, ଆଇସକ୍ରିମ, ଚକୋଲେଟ, ବିସ୍କୁଟ ଆଦି ପ୍ରଦାନ କରାଯିବା ସହିତ ଜନୈକ ଭିନ୍ନକ୍ଷମ ଶିଶୁ ଙ୍କୁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ପ୍ରଦତ୍ତ ଭ୍ରାମ୍ୟମାଣ ଚୌକି ପ୍ରଦାନ କରାଯାଇଥିଲା।
ରାଜ୍ୟ ସ୍ତରର ରେ ପ୍ରାୟ ଚାଳିଶ ରୁ ଉର୍ଦ୍ଧ୍ୱ ସାମାଜିକ ଅନୁଷ୍ଠାନ ଯୋଗଦାନ ପୂର୍ବକ ସହଯୋଗ ର ହାତ ବଢ଼ାଇବା ସହିତ ନିଃସ୍ଵାର୍ଥପର ସମାଜସେବା ପାଇଁ ସମସ୍ତ ସହଯୋଗୀ ଅନୁଷ୍ଠାନ କୁ ନରସିଂହପୁର ସେବା ମହୋତ୍ସବ ର ମୋମେଣ୍ଟମ୍ ପ୍ରଦାନ ପୂର୍ବକ ତୁଳସୀ ସେବା ସମ୍ମାନ ରେ ସମ୍ମାନିତ କରାଯାଇଛି।"ସମଗ୍ର ଓଡ଼ିଶା ସେଵା ଅଭିଯାନ କୁ ଔପଚାରିକ ଭାବେ ସର୍ବ ଜନାଦୃତ କରିବା ସହିତ ଉପସ୍ଥିତ ସମସ୍ତ ସହଯୋଗୀ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନକୁ ସାମିଲ୍ କରି ସହଭାଗିତା ପତ୍ର,ମୋ ଗାଁ ମୋ ସମ୍ମାନ ପଦକ ପ୍ରଦାନ କରାଯାଇଛି। ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁ, ସଦ୍ୟସ ସୌମ୍ୟରଂଜନ ସାହୁ,ସୁଶାନ୍ତ କୁମାର ନାହାକ, ଗଣେଶ ପଣ୍ଡା,ଉପସ୍ଥିତ ଥଲେ। ଅବହେଳିତ,ଦୁଃଖୀ ଦରିଦ୍ର,ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଯତ୍ କିଞ୍ଚିତ ସାହାଯ୍ୟ ପ୍ରଦାନ କରି ସେବା କ୍ରମ ର ଏକ ଚିରନ୍ତନ ଧାରା ସୃଷ୍ଟି କରିବା ଏକ ମାତ୍ର ଲକ୍ଷ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ଅନୁଷ୍ଠାନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
Post a Comment