ମୁରିବାହାଲ ବ୍ଲକ ସ୍ଥରିୟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ


ମୁରିବାହାଲ (ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ରେ ଆସନ୍ତା ଫେବୃଆରୀ ୧୪ ତାରିଖ ରୁ ଆରମ୍ଭ ହେବାକୁ ଥିବା ବ୍ଲକ ସ୍ଥରୀୟ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଶୁଭଖମ୍ବ ସ୍ଥାପନ ହୋଇ ଯାଇଛି । ଏହି ଅବସରରେ କର୍ତା ରୂପରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ୱିନୀ ପୋଢ଼ ଓ ପୂଜକ ଭାବରେ କାଶୀନାଥ ଦାଶ ଉପସ୍ଥିତ ଥିଲେ । ପ୍ରଥମେ ମୁରିବାହାଲ ରାଧାକୃଷ୍ଣ ମନ୍ଦିର ରୁ ଶୋଭାଯାତ୍ରା ବାହାରି ଧନୁଯାତ୍ରା ପଡିଆ ରେ ପହଂଚିଥିଲା । ଏହି ଷଷ୍ଠ ତମ ଧନୁଯାତ୍ରା ମହୋତ୍ସବ ୧୪ ତାରିଖ ରେ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ଉଦଯାପିତ ହେବ ଓ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମିନାବଜାର ସହିତ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଧନୁଯାତ୍ରା କମିଟି ସଭାପତି ଶ୍ରୀବତ୍ସ ବେହେରା ପ୍ରକାଶ କରିଛନ୍ତି । ଧନୁଯାତ୍ରା ଶୁଭଖମ୍ଭ ସ୍ଥାପନ ସମୟରେ କମିଟି ର ସଭାପତି ଶ୍ରୀବତ୍ସ ବେହେରା, ଉପସଭାପତି ସୁବ୍ରତ କୁମାର ମାହାକୁର, ଲଷ୍ମୀକାନ୍ତ ଧରୁଆ, ନିରଞ୍ଜନ ସାହୁ, ବିଶ୍ୱବିହାରୀ ଯୋଶୀ, ଶ୍ୟାମ ସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ କାର୍ଯ୍ୟକାରୀ ସଭାପତି ରମେଶ କୁମାର ନାଗ, ସୁଦାମ ସାହୁ, ରାଜୀବ ମହାନ୍ତି, ତରଣୀସେନ ମେହେର, ସୁଦାମ ବଘାର ସହ ସମ୍ପାଦକ ରାମରଞ୍ଜନ ପାତ୍ର, ପ୍ରେମାନନ୍ଦ ମାଝୀ, ସୁଜିତ ପାଢ଼ୀ, ଅଭିଳାଶ ବଘାର କୋଷାଧକ୍ଷ ଭରତ ଦାଶ, ପଦ୍ମଲୋଚନ ସାହୁ ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ଖଗେଶ୍ୱର ସାହୁ ସାଂସ୍କୃତିକ ସମ୍ପାଦକ ପୂର୍ଣଚନ୍ଦ୍ର ପଧାନ, ବୈରାଷ୍ଟ୍ର ପୋଢ଼ ହେମନ୍ତ ଶର୍ମା, ସେମନ୍ତ ବାଗ, କରଣ ଜାଲ, ରଂଜିତ ଆଚରି ଓ ସଂଯୋଜକ ଭାବରେ ସୁଧାଂଶୁ ପୋଢ଼ ଯାଦବ, ଲିଲୁମୋହନ ପଧାନ, ଉଦିତ କଟା ଆବାହକ କୁନ୍ତ ପୋଢ଼, ବାବୁଲାଲ କେତକୀ ଯାଞ୍ଚ ଅଧିକାରୀ ଭାବରେ ଅନିଲ ଶର୍ମା ସୁରେଶ ଶର୍ମା, ରାମକୃଷ ଆଡ଼ଯୁଆଡ, ଭୀଷ୍ମରାଜ ମେହେର ପ୍ରଚାରପ୍ରସାର ରୁ ପ୍ରଫୁଲ୍ଲ ବଘାର, କେଦାର ବଡ଼ଜେନା, ଦେବବ୍ରତ ବିଶି ଓ ମନୋଜ କର ଓ ଆଇନ ପରାମର୍ଶ ଦାତା ଭାବରେ ଜୟଦୀପ ପୁରୋହିତ, ଶମ୍ଭୁ ପ୍ରସାଦ ଭୋଇ ଉପସ୍ଥିତ ଥିଲେ।

Post a Comment

Previous Post Next Post