ଖୋର୍ଦ୍ଧା:୯/୧୨ ପୌରପରିଷଦ ଅଧିନସ୍ଥ ଜଜାରସିଂହ ମୋୖଜ଼ା ର ଖାତା ନଂ -1106,ପ୍ଲଟ ନଂ -2686 ରେ ଥିବା ପୋଖରୀ ଟିକୁ ମହୋତ୍ସବ ଆୟୋଜନ ନାମ ରେ ପୋତିବାକୁ ଉଦ୍ୟମ ଜାରି ରଖିଥିବାବେଳେ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜଳାଶୟ ରୁ ପାଣିପମ୍ପ ଦ୍ୱାରା ୬ ପ୍ରାୟ ଫୁଟ ର ଜଳ ନିଷ୍କାସନ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ପୁରାତନ ଜଳାଶୟ ଟିର ପୁନଃରୁଦ୍ଧାର କରିବା ପରିବର୍ତ୍ତେ ଜଳାଶୟ ଟିକୁ ରାତି ଅଧିଆ ଟ୍ରିପ, ଟ୍ରିପ ମୋରମ ପକାଇ, ଖୋର୍ଦ୍ଧା ମହୋତ୍ସବରେ ଦୋକାନ ଖୋଲିବା, ଗାଡି ପାର୍କିଂ କରିବା ତଥା ମଞ୍ଚ ବାନ୍ଧିବା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖିବାକୁ ମିଳିଛି । ସଂସ୍କୃତି, ପରମ୍ପରା ରକ୍ଷା ଆଳରେ ଉକ୍ତ ଜଳାଶୟ ଟିକୁ ପୋତିଦେଲେ 5,8.11 ଓ 12 ନଂ ୱାର୍ଡ ର ବର୍ଷାଜଳ ନିଷ୍କାସନ ରେ ସମସ୍ୟା ଦେଖାଯିବା ସହିତ ବର୍ଷା ଦିନେ ଘରେ ପାଣି ପଶିବାର ସମ୍ଭାବନା କୁ ଏଡାଇ ଦିଆଯାଇ ଦିଆଯାଇ ନପାରେ । ଗତବର୍ଷ ଏହି ଜଳାଶୟ ଟିକୁ ମହୋତ୍ସବ କମିଟି ପକ୍ଷରୁ ଅଳିଆ, ଆବର୍ଜନା ପୋତିଦିଆଯାଇଥିଲା । ଯାହାଫଳରେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସହିତ ମଶାଙ୍କ ପ୍ରାଦୁର୍ଭାବ ବି ବଢିଥିଲା । ସହରାଞ୍ଚଳ ରେ ଜଳର ଅଭାବ ପୂରଣ ପାଇଁ ତଥା ଭୂମିର ଆଦ୍ରତା ନିମନ୍ତେ ଜଳାଶୟ ଗୁଡିକର ପୁନଃରୁଦ୍ଧାର ପାଇଁ " ଆମ ପୋଖରୀ " ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଟୀର ମହିଳା ମାନଙ୍କୁ ତାଲିମ ଦେଉଥିବାବେଳେ, ଏଠାରେ ଜଳାଶୟ ଟିକୁ ପୋତିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ନେଇ କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୋନାଲି ସାହୁ ଖୋର୍ଦ୍ଧା ତହସିଲଦାର ଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିବା ସହିତ ଜ଼ିଲ୍ଲାପ୍ରଶାସନ ର ନୀରବତା କୁ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଜଳାଶୟ ଟିକୁ ଜେସିବି ଦ୍ୱାରା ପୋତାଯାଉଥିବା ନେଇ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧି ଙ୍କୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି ।

Post a Comment