ଭବାନୀପାଟଣା (ଧୀରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ଜଙ୍ଗଲି ହାତୀ ରହିଥିବା ବେଳେ ଲୋକଙ୍କ ଜନଜୀବନ ସମେତ ଚାଷବାସ ପ୍ରତିଦିନ ନଷ୍ଟ କରିବାରେ ଲାଗିଛନ୍ତି ହାତୀପଲ। ଗତ ଅଳ୍ପ ଦିନ ପୂର୍ବେ ମୂଷାନାଲ ସେକ୍ସନ ଧଡେଲ ବିଟରେ ଥିବା ଫୁଲବାଣୀ ଜଙ୍ଗଲରେ ରହି ବେନଗାଁ ପେଙ୍ଗଶୁର ଓ ଲାଖବାହାଲି ପଞ୍ଚାୟତର କମଲେଇ ଗାଁର ଅନେକ ଚାଷୀଙ୍କ ଏକର ଏକର ଚାଷ ନଷ୍ଟ କରିଥିବା ବେଳେ ପୁଣି ଗତ ବୁଧବାର ବିଳମ୍ବିତ ରାତିରେ ହାତୀପଲ ବେନାଗାଁକୁ ପଶି ଶରୀଶ ମାଝୀଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରେଥିବା ଧାନ,ଚାଉଳ ଓ ଡାଲି ସମେତ ସମସ୍ତ ଆସବାପତ୍ରକୁ ଦଳିମକଚି ନଷ୍ଟବିନଷ୍ଟ କରିଦେଇଥିବା ବେଲେ ପ୍ରଭାତ ମାଝୀଙ୍କ ଘରୁ ମଧ୍ୟ ଧାନ ଚାଉଳକୁ ଖାଇବା ସହିତ ଫିଙ୍ଗାଫୋପଡ଼ା କରିଦେଇଥିବା ଜଣାପଡିଥିଲା। ସେହିପରି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବର ପ୍ରଭାବରେ ଅନେକ ଲୋକଙ୍କ ଘର ଦ୍ୱାର,ଆସବାପତ୍ର ଲୁଗାପଟା ସମେତ ଚାଷବାସ ନଷ୍ଟ ହେବାରୁ ସର୍ବସ୍ବାନ୍ତ ହୋଇ ପଡୁଛନ୍ତି ଲୋକେ ଫଳରେ ଚାଷୀ ଚିନ୍ତାରେ ପଡିଛନ୍ତି ।
ଠିକ ସେହିପରି ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବର ଶିକାର ହୋଇଛନ୍ତି ବିଜେପୁର ସେକ୍ସନ ଅଧିନସ୍ତ ପାହାଡ଼ପଦର ଗ୍ରାମର ଲକ୍ଷ୍ମଣ ମାଝୀ,ବଗ୍ରୁ ସାହୁ,ଲୁଥୁ ମାଝୀ ଓ ସଦାନନ୍ଦ ମାଝୀ। ଉକ୍ତ ଚାରି ଜଣଙ୍କର ଏକର ଏକର ପାଚିଲା ଧାନ ଦଳି ଚକଟି ନଷ୍ଟ ବିନଷ୍ଟ କରିଦେଇଥିବା ବେଲେ ଏବେ ଅମଳ ସମୟରେ ଏହିପରି ଅବସ୍ଥାକୁ ନେଇ ଚିନ୍ତାରେ ଚାଷୀ ପ୍ରମୁଖ। ଏଣୁ ଏ ସଂପର୍କରେ ବନବିଭାଗ ପକ୍ଷରୁ ଯଥା ସମ୍ଭବ ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଦାବି କରିଛନ୍ତି ପାହାଡ଼ ପଦର ଗ୍ରାମର ଲକ୍ଷ୍ମଣ ମାଝୀ,ବଗ୍ରୁ ସାହୁ,ଲୁଥୁ ମାଝୀ ଓ ସଦାନନ୍ଦ ମାଝୀଙ୍କ ସମେତ ଗ୍ରାମବାସୀ। ଏନେଇ ଆମେ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବରଙ୍କୁ ପଚାରିବାରୁ ଆମେ ନଷ୍ଟ ହୋଇଥିବା ଚାଷ ଆକଳନ କରିଛୁ ଯଥା ସମ୍ଭବ ତାଙ୍କର ଆବଶ୍ୟକୀୟ ଡକୁମେଣ୍ଟସ ସଂଗ୍ରହ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।
Post a Comment