ଭବାନୀପାଟଣା : ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ଝୁମି ଉଠିଥିଲା କଳାହାଣ୍ଡି । ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ଉପଲକ୍ଷେ, କଳାହାଣ୍ଡି ଜିଲ୍ଲାରେ ରେଣ୍ଡୋ ମାଝୀ ସହିଦ ଦିବସ ପାଳନ । ଆଦିବାସୀ ସଂଘ ପକ୍ଷରୁ ସହିଦ ରେଣ୍ଡୋଙ୍କ ୧୬୯ ତମ ଶହୀଦ ଦିବସ ପାଳନ କରାଯାଇଛି । ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଟାଉନ ହଲ ଠାରେ ଶହୀଦ ସଭା ଅନୁଷ୍ଠିତ ହୋଇଯାଇଛି ।ମାଟି ମା' ପାଇଁ ଶହୀଦ ଏହି ବୀର ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଦିବାସୀମାନେ ଆଜିରଦିନ କୁ ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ କରି ଆସୁଛନ୍ତି । ଦେଶମାତୃକା ପାଇଁ ଜୀବନକୁ ଜଳାଞ୍ଜଳି ଦେଇଥିବା ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀ । ଆଦିବାସୀ କର୍ମଚାରୀ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଟାଉନ ହଲ ପର୍ଯ୍ୟନ୍ତ କରିଥିଲେ ଆଦିବାସୀ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ବାହାରି ସହର ପରିକ୍ରମା କରିବା ସହ ଜେଲ ଛକ ଠାରେ ଥିବା ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଟାଉନ ହଲ ଠାରେ ଶହୀଦ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ଉପସଭାନେତ୍ରି ଦୌପଦୀ ମାଝୀ,ଶାନ୍ତି ମାଝୀ, ନର୍ଲା ସଭାପତି ହରିଶଙ୍କର ମାଝୀ, ଅବସର ପ୍ରାପ୍ତ ଆଇ,ଆର,ଏସ ଗଙ୍ଗାଧର ମାଝୀ, ଜୟପାଟଣା ସଭାପତି ମନୋଜ ପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡୋଲାମଣି ଧରୁଆ, କୋକସରା ସଭାପତି ହେମନ୍ତ ମାଝୀ, ତ୍ରିନାଥ ଶବର,ସମ୍ପାଦକ ସାଗର ମାଝୀ,ସମ୍ପାଦକ ଋତୁରାଜ ମାଝୀ, ଲାଞ୍ଜିଗଡ ସଭାପତି ସୁକ୍ରୁ ମାଝୀ, ଆଦିବାସୀ କର୍ମଚାରୀ ସଂଘ ସଭାପତି ଜୟକୁମାର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

Post a Comment