ବାଇକ କୁ ଧକ୍କା ଦେଲା ଟ୍ରକ, ୩ ମୃତ


ନୂଆପଡ଼ା  (ବିରବଲ ପ୍ରଧାନ) ନୂଆପଡ଼ା ରୁ ମହୋତ୍ସବ ଦେଖି ଘର କୁ ଫେରୁଥିବା ବେଳେ ଜାତୀୟ ରାଜପଥ ଦଲଦଳି ଗାଁ ଠାରେ ବାଇକ କୁ ଟ୍ରକ ଧକ୍କା ଦେବାରୁ ୩ ଜଣ ଙ୍କ ମୃତ୍ୟୁ ଘଟିଛି l ମୃତକ ମାନେ ହେଲେ ଲଖନା ଥାନା ପାଳସିପାଣି ପଞ୍ଚାୟତ ଗାଁ ର ଶ୍ୟାମ ଶବର ବୟସ ୧୭ ବର୍ଷ ,ଗୁଡୁ ଶବର ବୟସ ୨୨ ବର୍ଷ ,ଚାଟି ଶବର ବୟସ ୨୨ ବର୍ଷ । ପ୍ରାପ୍ତ ସୂଚନା ଅନୁଯାୟୀ କର୍ଲାପଡା ଗାଁ ର ୩ ଜଣ କାକା ପୂତରା ଏକ ବାଇକ ରେ ନୂଆପଡା ରୁ ମହୋତ୍ସବ ଦେଖି ଗାଁ କୁ ଫେରୁଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଦଳଦଳି ଛକ ଠାରେ ଅଜଣା ଏକ ଟ୍ରକ ବାଇକ କୁ ଧକ୍କା ଦେଇ ଚାଲିଗଲା । ୩ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଉଧାର କରି ୧୦୮ ଆମ୍ବୁଲାନ୍ସ ରେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ ଜଣ ଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ମୃତଦେହ ଜବତ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଥିଲେ ।

Post a Comment

Previous Post Next Post