ଫୁଲଚି ଗ୍ରାମରେ ସାମୁହିକ ମାଣବସା ଲକ୍ଷ୍ମୀ ପୂଜା ରୋପ୍ୟ ଜୟନ୍ତୀ ମହୋଷଭ ମହା ଆଡମ୍ବର ରେ ଅନୁଷ୍ଠିତ


ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଫୁଲଚି ଗ୍ରାମରେ ସାମୁହିକ ମାଣବସା ଲକ୍ଷ୍ମୀ ରୋପ୍ୟ ଜୟନ୍ତୀ ମହୋତ୍ସବ ର କଳସ ଯାତ୍ରା ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ମାନେ ଭାଗ ନେଇ ସ୍ଥାନୀୟ ପୋଖରୀ ରୁ କଳସରେ ପାଣି ଭରି ପୂର୍ଣ୍ଣ କଳସଟି କୁ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ । ଏହି କଳସ ଯାତ୍ରାରେ ଜୟ ଜଗନ୍ନାଥ ଘଣ୍ଟ ବାଦ୍ୟ ଦଲ ଓ ହୁଲ୍ ହୁଲି ହରି ବୋଲ୍ ଧନୀରେ ଫୁଲଚି ଗାଁ କମ୍ପି ଉଠିଥିଲା । ଏହି ପୂଜା ତା.୧୦/୧୨/୨୦୨୪ଠାରୁ ତା.୧୩/୧୨/୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ । ଉକ୍ତ ପୂଜା ର କର୍ତ୍ତା ଭାବରେ ଓଁକାର ସିଂ ମାଝୀ ଓ ତାଙ୍କ ଧର୍ମପତ୍ନୀ ଗୋମତି ମାଝୀ ଦାୟିତ୍ଵ ତୁଲାଇ ଥିବା ବେଲେ ପୁରୋହିତ ରୀତି ନିତିର ସହିତ ପୂଜାର୍ଚ୍ଚନା କରି ପୁଜା ଟିକୁ ଆଗେଇ ନେଇଛନ୍ତି । ଉକ୍ତ ପୁଜା କମିଟି ସଭାପତି ହୃଦାନନ୍ଦ ମାଝୀ ସମ୍ପାଦକ ବଳରାମ ମାଝୀ, ଜୟ ରାମ ମାଝୀ, ରେଶ୍ମଲ ମାଝୀ, ନିରାକାର ମାଝୀ, କେଶରୀ ମାଝୀ ଓ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ । ଦର୍ଶକ ମାନଙ୍କ ପାଇଁ ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଛି ।

Post a Comment

Previous Post Next Post