ଯୁବ କଂଗ୍ରେସ ନେତା କୁନା ବାମିଡ଼ିଙ୍କ ବାପା ମକରଧ୍ୱଜ ବାମିଡ଼ିଙ୍କ ପରଲୋକ


ସିନ୍ଧେକେଲା,୧୮/୧୨ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଗୁର୍ଜି ପଡାରେ ବାସ କରୁଥିବା ଯୁବ କଂଗ୍ରେସ ନେତା କୁନା ବାମିଡ଼ିଙ୍କ ବାପା ମକ୍ରଧ୍ଵଜ ବାମିଡ଼ି(୮୩) ଙ୍କ ଗତକାଲି ମଙ୍ଗଳବାର ଦିନ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟଶଯ୍ୟା ନିକଟରେ ଛୋଟ ଭାଇ ନାରାୟଣ ବାମିଡ଼ି , କୃଷ୍ଣ ବାମିଡ଼ି , ପୁଅ ଶିବ ବାମିଡ଼ି , ଲକ୍ଷ୍ମଣ ବାମିଡ଼ି , କୁନା ବାମିଡ଼ି , ପୁତ୍ରବଧୁ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ନିଜ ଜନ୍ମ ମାଟି ସାଲେମୁଡ଼ଗା ସ୍ଥିତ ଜମିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନ ପୁଅ କୁନା ବାମିଡ଼ି ତାଙ୍କୁ ମୁଖାଗ୍ନି ଦେଇଥିଲେ । ମକ୍ରଧ୍ଵଜ ବାମିଡ଼ି ଜଣେ ମେଳାପୀ ବ୍ୟକ୍ତି ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବାମିଡ଼ି ଙ୍କ ବିୟୋଗରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସଂନ୍ତୋଷ ସିଂ ସାଲୁଜା , ସ୍ଥାନୀୟ ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ସହ ସମ୍ପାଦକ ଅନିଲ ତ୍ରିପାଠୀ , ସାମ୍ବାଦିକ ଦିନେଶ ଜୈନ ପ୍ରମୁଖଙ୍କ ସହ ବହୁ କଂଗ୍ରେସ ନେତା ଶୋକବ୍ୟକ୍ତ କରିଛନ୍ତି ।

Post a Comment

Previous Post Next Post