ଗଛରେ ପିଟିହୋଇ ବାଇକ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ଜଣେ ଗୁରୁତର


ବଲାଙ୍ଗିର ୧୪/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ପଣ୍ଡାମୁଣ୍ଡା ରୁ ବିଛିଲିବାହାଲ ମଝି ରାସ୍ତା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଖପ୍ରାଖୋଲ ଥାନା ଗମ୍ଭାରୀ ଗାଁର କୁନୁ ମାଝୀଙ୍କ ସାନ ପୁଅ ରମେଶ ମାଝୀ (21)। ଆହତ ଜଣକ କଂସାପଲା ଗାଁର ରମେଶ ଭୂଏ (25)।


ସୂଚାନୁଯାୟୀ,ଖପ୍ରାଖୋଲ ଥାନା ଅଧୀନ ଗମ୍ଭାରୀ ଗାଁ ର ରମେଶ ଓ କଂସାପଲା ଗାଁର ରମେଶ ଏକ ବାଇକ ଯୋଗେ ଦ୍ରୁତଗତିରେ ପଣ୍ଡାମୁଣ୍ଡା ଆଡୁ ବିଛିଲିବାହାଲ ଆଡକୁ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ବାଇକଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ରମେଶ ମାଝୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ କଂସାପଳା ଗାଁର ରମେଶ ଭୂଏଙ୍କୁ ସ୍ଥାନୀୟ ବାସିନ୍ଦା ଏବଂ ନିଜ ପରିଜନ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ପାଟଣାଗଡ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ । ପାଟଣାଗଡ଼ ଥାନାରେ ପୋଲିସ କେଶ ନଂ 387/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ହରିବନ୍ଧୁ ଗଡତିଆ ସୂଚନା ଦେଇଛନ୍ତି ।

Post a Comment

Previous Post Next Post