ବାଲେଶ୍ଵର,୧୦/୧୨ (ଆଜତକ୍ ଓଡ଼ିଶା) ବାଲେଶ୍ଵର ମୁନସିପାଲଟିର ୫ନଂ ୱାଡ କାଉନସିଲର ମୀତା ପଟ୍ଟନାୟକଙ୍କ ସାନ ଭାଇ ତଥା ସହଦେଵଖୁଣ୍ଟା ଥାନା ଅଧୀନ ଭୀମାପୁରା ଗାଁର ସୁଧାଂଶୁ ଶେଖର ଦତଙ୍କ ଏକମାତ୍ର ପୁଅ ଯୁବ ସମାଜସେବୀ ରାଜେଶ କୁମାର ଦତ(ରାଜା)୩୯ଙ୍କ ଅକାଳ ବିୟୋଗ ଭୁବନେଶ୍ଵରର ଏକ ବେସରକାରୀ ହସପିଟାଲରେ ଘଟିଛି। ସୂଚନାନୁଯାୟୀ ଗତ ନଭେମ୍ବର ୩୦ ତାରିଖ ଶନିବାର ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲେଶ୍ଵର ସଦର ହସପିଟାଲ ନେଇଥିଲେ । ମାତ୍ର ଏଠାରେ କିଛି ସମୟ ଚିକିତ୍ସା ପରେ ଡେଙ୍ଗୁ ଚିହ୍ନଟ ହୋଇଥିଲା।ସେଠାରେ ଗୁରୁତର ହେବାରୁ ପରିବାର ଲୋକେ ଭୁବନେଶ୍ୱର ଏକ ବେସରକାରୀ ହସପିଟାଲ ନେଇଥିଲେ ।ସେଠାରେ ଆସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୭ ତାରିଖ ଶନିବାର ଅପରାହ୍ନରେ ମୃତ୍ୟୁବରଣ କରିଥିଲେ ।ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଭୀମପୁରା ଗାଁ ସହିତ ଶଶୁର ଘର ଗାଁ କମର୍ଦ୍ଦା, ବାହାର୍ଦ୍ଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସରଳ,ମେଳାପି, ଯୁବ ସମାଜସେବୀ, ଉଦାର ଚେତା ମଣିଷ ଥିଲେ। ଗାଁରେ ତାଙ୍କର ସବୁ ଅନୁଷ୍ଠାନ ସହିତ ସଂପୃକ୍ତି ଥିଲା। ତାଙ୍କର ଏଭଳି ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଘରେ ତାଙ୍କର ଜଣେ ଝିଅ ପ୍ରତ୍ୟାଶା (ଟଟ) ୧୩ ଓ ଜଣେ ପୁଅ ଆୟାଶଂ ରାଜ(ଗୁଲୁ)୬, ସ୍ତ୍ରୀ ମଧୁମିତା(ଚୁମା)ଅଛନ୍ତି । ବାଲେଶ୍ଵରର ଯୁବ ସମାଜସେବୀ ରିତିକ ଜୀ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତି ପ୍ରତିନିଧି, ସମାଜସେବୀ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗାଁ ମଶାଣିରେ ଶୋକାକୁଳ ପରିବେଶରେ ବନ୍ଧୁ, ପରିଜନ ଓ ବହୁ ଯୁବସାଥୀଙ୍କ ଗହଣରେ" ରାଜା ଭାଇ ଅମର ରହେ "ନାରା ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସାନଭାଇ ରାକେଶ (ଟୁଲୁ) ମୁଖାଗ୍ନି ଦେଇଥିଲେ ।

Post a Comment