କଟକ ଜିଲ୍ଲାର ଦିବ୍ୟାଙ୍ଗ ପାରା ଆଥଲେଟିକ୍ସ ଚମ୍ପିଅନସିପ ଦୌଡ଼କୁଦ ଖେଳ ପ୍ରତିଯୋଗିତା ସାଲେପୁର ଅଟୋମୋଟିକ କଲେଜରେ ଆୟୋଜନ କରା ଯାଇଥିଲା ଏଥିରେ ମାହାଙ୍ଗା ଓ ସାଲେପୁର ଅଞ୍ଚଳର ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ପ୍ରତିଯୋଗିତାରେ ଖେଳରେ ଭାଗ ନେଇଥିଲେ । ମାହାଙ୍ଗା ବ୍ଲକର କଇଥା ପଞ୍ଚାୟତର ଗୌଡ଼ପାଟଣା ଗ୍ରାମର ଦିବ୍ୟାଙ୍ଗ ମହିଳା ସୁଶ୍ରୀ ପ୍ରମିଳା ସିଂହ ଜାଭେଲିନ ଡିସ୍କ ଥୋର ସଟଫୁଟ ତିନିଟି ଖେଳରେ ଭାଗ ନେଇଥିଲେ ତିନିଟି ଖେଳରେ ସଫଳତା ହାସଲ କରିଛନ୍ତି ରାଜ୍ୟସ୍ତରୀୟ ପାରା ଅଲପିକ ଖେଳିବା ପାଇଁ ମନୋନୀତ ହୋଇଛନ୍ତିକଟକ ଜିଲ୍ଲା ପାରା ଆସୁସେସିୟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅଲପିକର ବରଗଡ଼ ଜିଲ୍ଲାର ପ୍ରମୋଦ ଭଗତ ତାଙ୍କ ହସ୍ତରୁ ପ୍ରମିଳା ସିଂହ ସାଟିଫିକେଟ ଓ ପଦକ ସମ୍ମାନ ପ୍ରଦାନ କରି ସମ୍ମାନିତ କରିଛନ୍ତି
ପାରା ଆସୁସେସିୟନର ସଭାପତି ପ୍ରଭାତ ବେହେରା ଜିତେନ୍ଦ୍ର ବେହେରା ଓ ସାଲେପୁର ଅଟୋମେଟିକ କଲେଜର ପିଟି ମାଷ୍ଟର ବସନ୍ତ କୁମାର ଲେଙ୍କା ଏବଂ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗ କ୍ରୀଡ଼ାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳବାସୀ ଓ ବହୁ ମାନ୍ୟଗନ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରଶଂସା କରିଥିଲେ ପ୍ରମିଳା ସୂଚନା ଦେଇଛନ୍ତି ଅସମ୍ଭବର ନୂଆ ନାମ ସମ୍ଭବ କୌଣସି କାମ ନୁହେଁ ଅସମ୍ଭବ ଇଚ୍ଛା ଶକ୍ତି ଥିଲେ ହୁଏ ସବୁ ସମ୍ଭବ ଆଗକୁ ବଢିବା ପାଇଁ ଶାରୀରିକ ଅକ୍ଷମତା କେବେ ରୋକି ପାରିବ ନାହିଁ ନିଜର ଇଚ୍ଛା ଶକ୍ତି ଓ ମନବଳ ପାଖରେ ହାର ମାନିବ ଅକ୍ଷମତା ସେ ଆଗକୁ ଆହୁରି ଭଲ ଖେଳି ଓଡ଼ିଶାର ନାଆଁ ରଖିବେ କ୍ରୀଡ଼ା କ୍ଷେତ୍ରରେ ଅଭ୍ୟାସ ଜାରି ରଖି ପ୍ରୟାସ କରିବେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରମିଳା ସିଂହ ଜଣେ ପ୍ରତିଭାଶାଳୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରି ଜନ ସେବାରେ ସମର୍ପିତ ହୋଇ ଅନେକ ସମ୍ମାନର ଅଧିକାରୀ ହୋଇ ସାରିଲେଣି ଓ ୧୬ବର୍ଷର ଦିବ୍ୟାଙ୍ଗ ଜୀବନ ସଫଳତାର ସହିତ ଅତିବାହିତ କରି ସାରିଲେଣି ।
Post a Comment