୭୩ ବର୍ଷ ରେ ସୀମାନ୍ତ କୁଳିଆପାଥର ଲକ୍ଷ୍ମୀ ପୂଜା


ନୂଆପଡା  (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମପଞ୍ଚାୟତ ର ସୀମାନ୍ତ କୁଲିଆପାଥର ଗ୍ରାମରେ ମାଣବସା ଗୁରୁବାର ଅବସର ରେ ଲକ୍ଷ୍ମୀ ପୂଜା ମହା ସମାରୋହ ରେ ପାଲିତ ହେଉଛି। ଏହି ଗ୍ରାମରେ ହେଉଥିବା ପୂଜା ଚଳିତ ବର୍ଷ ୭୩ ବର୍ଷ ରେ ପଦାର୍ପଣ କରିଛି। ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ପାଲିତ ହୋଇ ଆସୁଥିବା ବେଳେ ପାରମ୍ପାରିକ ଭାବରେ ଚଳିତ ବର୍ଷ ମଧ୍ୟ ବେଶ ଆଡମ୍ବର ସହକାରେ ପାଳନ କରାଯାଉଛି। ଏଥିପାଇଁ ଗାଁ ତଥା ସୀମାନ୍ତ ଅଞ୍ଚଳ ଚଳ ଚଞ୍ଚଳ ହୋଇ ପଡ଼ିଛି। ରାତ୍ରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଛତିଶଗଡ଼,କଳାହାଣ୍ଡି ଓ ଅଞ୍ଚଳ ର ବିଭିନ୍ନ ଗ୍ରାମର ସାମାଜିକ ଓ ପୌରାଣିକ କଥାବସ୍ତୁ ଆଧାରିତ ନାଟକ ଗୁଡ଼ିକ ମଞ୍ଚସ୍ଥ ହେଉଛି। ଯାହା ଦର୍ଶକ ମାନଙ୍କୁ ବେଶ୍ ଆମୋଦ ଯୋଗାଉଛି। ଏହି ପୂଜା ଅବସର ରେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ମହିଳା ସାମିଲ ରହି ପୁର୍ଣ୍ଣ କଳସ ମଣ୍ଡପ ରେ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜାର କର୍ତ୍ତା ଭାବରେ ବୈଦ୍ୟନାଥ ନାଗ ଓ ତାଙ୍କର ସହଧର୍ମିଣୀ କେତକୀ ନାଗ ରହିଥିବା ବେଳେ ପୂଜକ ଭାବରେ ମାଣିକ୍ୟ ମୋହନ ସୂପକାର ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂଜା କମିଟି ର ସଭାପତି ଭାବରେ ଭୃଙ୍ଗରାଜ ନାଗ ଓ ଜୟରାମ ଚିନ୍ଦା ରହିଥିବା ବେଳେ ସମ୍ପାଦକ ଭାବରେ ହୁକୁମ ଚନ୍ଦ୍ର ଗୁଆଲ ଓ ଶରତ ଚନ୍ଦ୍ର ନାଏକ,କୋଷାଧ୍ୟକ୍ଷ ଲଛମନ ଗୁଆଲ ଓ ଦେବଚନ ଚିନ୍ଦା, ଉପଦେଷ୍ଟା କମିଟିରେ ପୁର୍ଣ୍ଣଚନ୍ଦ୍ର ସାହଣ, ନବଘନ ଗୁଆଲ, ବେଦ ଚିନ୍ଦା, ବଳିଆର ସହାଣ୍ଡ, ଶାନ୍ତିରାମ ଚିନ୍ଦା, ଡମ୍ବରୁଧର ସହାଣ ସମେତ ଅନେକ ରହିଛନ୍ତି।

Post a Comment

Previous Post Next Post