ଲକ୍ଷାଧିକ ଟଙ୍କା ର ଶାଗୁଆନ କାଠ ସହିତ ଗୋଟିଏ କାଠ କଟା ମେସିନ ଜବତ ଓ ଜଣେ ଗିରଫ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ଖଡ଼ିଆଳ ରେଞ୍ଜ ଡିଭିଜନ ଏ ସି ଏଫ ମହମ୍ମଦ ସାଲେହା ଙ୍କ ନେତୃତ୍ୱ ରେ ସିନାପାଲି ରେଞ୍ଜ ଅଧିନସ୍ଥ ଆଇ.ସି.ଡି.ଏସ ଅଫିସ ପଛପଟ ଏକ ଘରେ ବେଆଇନ ଭାବରେ ଶାଗୁଆନ କାଠରେ ଫର୍ନୀଚର ନିର୍ମାଣ ଚାଲିଥିବା ବେଳେ ବନ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କା ର ଶାଗୁଆନ କାଠ ଜବତ କରିଛି । ସୁଚନାନୁଯାଇ ଏଠାରେ ଅନେକ ଦିନ ହେବ ବେଆଇନ ଭାବେ ଶାଗୁଆନ କାଠରେ ଫର୍ଣିଚର୍ ସାମଗ୍ରୀ ତିଆରି କରି ବିକ୍ରୀ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଟିମ୍ ଚଢାଉ କରିଥିଲା ।ଏହି ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି ।ଗିରଫ ବ୍ୟକ୍ତି ଜଣକ ହେଲେ ସିନାପାଲି ଗ୍ରାମର ଲିଙ୍ଗରାଜ ମେହେର ପିତା ଶଙ୍କର ମେହେର ବୋଲି ଜଣାପଡିଛି ।


ଏହି ଚଢ଼ାଉ ରେ ଖଡ଼ିଆଳ ବନାଞ୍ଚଳ କର୍ମଚାରୀ ଖଗେଶ୍ବର ମାଝି, ସୁଦାମ ବାଗ, ପୂର୍ଣ୍ଣଚନ୍ଦ୍ର ନାଏକ,କନ୍ଦର୍ପ ସୁନାନୀ, ସିନାପାଲି ବନାଞ୍ଚଳ ଅଧିକାରୀ ଜୟଦେବ ମାଝି, ବନ କର୍ମଚାରୀ ରଞ୍ଜନ କୁମାର ସାହୁ,ରମାରଞ୍ଜନ ରାଉତ,ଚୁଡ଼ାନାଥ ସରାଫ,କୋମନା ବନାଞ୍ଚଳ କର୍ମଚାରୀ ଘନଶ୍ୟାମ ଶବର,ଗୋପାଳ ମହାନନ୍ଦ,ସମୀର କାନ୍ତ ଠାକୁର,ନୂଆପଡା ବନାଞ୍ଚଳ କର୍ମଚାରୀ ଦୁର୍ଯ୍ୟୋଧନ ପ୍ରସାଦ ଦୀକ୍ଷିତ, ଟିକେଲାଲ ଶବର, ସଚ୍ଚିଦାନନ୍ଦ ସାହୁ,ସୁନିଲ ନିଆଲ, ରେଞ୍ଜ ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।ଏହି ମିଳିତ ଚାଢ଼ାଉ ରେ ସଂପୃକ୍ତ ବ୍ୟକ୍ତି ଠାରୁ ୨ ଟ୍ରିପ୍ ଟ୍ରାକ୍ଟର ବୋଝେଇ ଶାଗୁଆନ କାଠ ଏବଂ ଗୋଟିଏ ଲେପଟପ, ଗୋଟିଏ କାଠ କଟା ମେସିନର ମୂଲ୍ୟ ୭ଲକ୍ଷ ୧୧ ହଜାର ବୋଲି ଜଣାପଡିଛି ଓ ଜବତ କରାଯାଇଥିବା ସାବୁଆନ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ରୁ ଅଧିକ ହେବବୋଲି ଅନୁମାନ କରାଯାଉଛି ।

Post a Comment

Previous Post Next Post