ନୂଆପଡା ୨୬/୧୧ (ବିରବଲ ପ୍ରଧାନ) ଆଜି କୋମନା ମିଶନ ଶକ୍ତି କେଫେ ହୋଟେଲ ପ୍ରାଙ୍ଗଣ ଠାରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଜିଲ୍ଲା ଆବାହକ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ନୂଆପଡା ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ କାର୍ଯ୍ୟରତ ହେମାଲ ଓ ଜିଲ୍ଲାର ବିଭିନ୍ନ ମଣ୍ଡିରେ କାର୍ଯ୍ୟରତ ଆର. ଏମ୍. ସି ର ଅସ୍ଥାୟୀ କର୍ମଚାରୀ ମାନଙ୍କ ଏକ ମିଲିତ ବୈଠକ ଅନୁଷ୍ଠିତ ହୋଇଥିଲା। ଆର ଏମ୍ ସି ଅସ୍ଥାୟୀ କର୍ମଚାରୀ ମାନଙ୍କ ଛଟେଇ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।ସରକାରୀ ସ୍ତର ରେ ବିଭାଗୀୟ ସ୍ତର ରେ ସ୍ଥାନୀୟ ପିଲାମାନେ ଦୀର୍ଘ ଦିନ ରୁ କାମ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଛଟେଇ କରି ଆଉଟ୍ ସୋର୍ସିଂ ରେ ବାହାର ପିଲା ମାନଙ୍କୁ ନିଯୁକ୍ତି ଦେବା ପାଇଁ ଅଭିଯୋଗ ହୋଇଥିଲା। ଡି ଏଲ୍ ପି ସି ମିଟିଂ ରେ ଚାଷୀ ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀ ଏହାର ଦୃଢ଼ ପ୍ରତିବାଦ କରି ଉଚ୍ଚ ସ୍ତର ରେ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳ ସ୍ୱରୂପ ଚଳିତ ସିଜନ୍ ରେ ଆଉଟ୍ ସୋର୍ସିଂ କୁ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ଯେମିତି ଛଟେଇ ନ ହେବ ତଥା ଅନ୍ୟାନ୍ୟ ହକ ଦାବୀ ହାସଲ ପାଇଁ ଜିଲ୍ଲା ସ୍ତର ର ଏକ ମଜବୁତ ସଙ୍ଗଠନ ଛିଡ଼ା କରି ଲଢ଼ିବା ପାଇଁ ନିଷ୍ପତି ନିଆଗଲା।
ଠିକ୍ ସେହପରି ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡିରେ ପ୍ରତ୍ୟେକ ସିଜନ୍ ରେ କାର୍ଯ୍ୟରତ ହେମାଲ ମାନେ ସଦା ସର୍ବଦା ଶୋଷଣ, ଅବହେଳା ର ଶିକାର ହେଉଥିବା ବିଷୟ ଉପରେ ଆଲୋଚନା ହୋଇଥିଲା । ଦୀର୍ଘ ଦିନ ଧରି ବହୁତ୍ କମ୍ ଦର ରେ ହେମାଲ୍ ମାନେ କାର୍ଯ୍ୟ କରି ଆସୁଥିଲେ। ବିଗତ ଡୁଇ ବର୍ଷ ଧରି ଶ୍ରମିକ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ନିରନ୍ତର ଏ ପ୍ରସଙ୍ଗ ଉତ୍ଥାପନ ସହିତ ଦାବୀ ଓ ଆଲୋଚନା କରିଥିଲେ ବୋଲି ଗତ ବର୍ଷ ସରକାର କୁଇଣ୍ଟା ଲ ପିଛା ଟ ୮. ୬୦ ରୁ ବୃଦ୍ଧି କରି ଟ ୧୩.୨୮ କୁ ବୃଦ୍ଧି କରିଥିଲେ । ଯାହାକି ଏବେ ବି ଯଥେଷ୍ଟ ନୁହେଁ। ସାମାଜିକ ନିରାପତ୍ତା, ମଜୁରୀ ବୃଦ୍ଧି, ବୀମା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଜିଲ୍ଲା ସ୍ତର ରେ ସଙ୍ଗଠନ ଛିଡ଼ା କରି ନିଜ ହକ ଦାବୀ ହାସଲ ପାଇଁ ଏକଜୁଟ ହୋଇ ଲଢ଼ିବାକୁ ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରା ଯାଇଛି। ଏହି ବୈଠକ ରେ ଶ୍ରମିକ ନେତା ଜିଲ୍ଲା ଶ୍ରମିକ ମହାସଂଘର ସହ ଆବାହାକ ଶ୍ରୀ ଭକ୍ତବନ୍ଧୁ ଧରୁଆ ଓ କୋମନା ସରପଞ୍ଚ ସଙ୍ଘ ର ସଭାପତି ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ସାମିଲ୍ ହେଇଥିଲେ। ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସାମନ୍ତ ଶେଖର ଚଲାନ, ଆଲୋକ , ପ୍ରଣବ ଦଣ୍ଡସେନା,ରଞ୍ଜନ ବେହେରା, ସରୋଜ ମଲ୍ଲିକ, ମୁଖ ପାଣିଗ୍ରାହୀ, ଲକ୍ଷ୍ମଣ ବେହେରା, ଭକ୍ତଚରଣ ବିଶି, ପିଲା ଲାଲ୍ ପୁଞ୍ଜି, ପ୍ରହଲ୍ଲାଦ ବାରିକ, କୈଳାସ ଶଗରିଆ, ଶଙ୍କର ମାଝୀ, ସୁମିତ ବାରିକ୍, ଛତ୍ରପତି କରୁଆଁ, ଟଙ୍କ ଧରୂଆ, ସୁରେନ୍ଦ୍ର ମାଝୀ, ରୁପସିଂ ମାଝୀ, ଚଇତନ ଚିନ୍ଦା, ଜୟରାମ ବରିହା, ଅସିତ୍ ହଂସ, ତେଜରାଜ୍ ନାଗ, ପଦନୁ ମିର୍ଦ୍ଧା, ଭୈରବ ନିଆଲ, ଦେବୀ ଚରଣ ହଂସ, ନରେଶ ପଟେଲ, ବିମଲ୍ କୁମାର ପଟେଲ୍, କୃଷ୍ଣ ମାଝୀ, ଭୁକେଶ ଉଜିର୍ ତୁଲାରାମ୍ ଦେୱାଙ୍ଗନ୍,ଦେବ୍ ଚରଣ ରାଉତ୍ ପ୍ରମୁଖ ଙ୍କ ସମେତ ତିନି ଶହ ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ ଓ ହେମାଲ୍ ମାନେ ଯୋଗଦାନ କରିଥିଲେ।
Post a Comment