ଅସହାୟଙ୍କୁ ବସ୍ତ୍ର ପ୍ରଦାନ କରି ଚର୍ଚ୍ଚାରେ ଖଡ଼ିଆଳ ବ୍ଲକ୍ ଉପାଧ୍ୟକ୍ଷଙ୍କ ପରିବାର


ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ସାନମହେଶ୍ୱର୍ ପଞ୍ଚାୟତ ଅନ୍ତର୍ଗତ ଦେଓବାହାଲ ଗ୍ରାମରେ ଗରିବ ନିରୀହ ଲୋକଙ୍କୁ ବସ୍ତ୍ର ପ୍ରଦାନ କରି ପ୍ରଶଂସାର ସୁଅ ଛୁଟିଛି । ସେ ହେଉଛନ୍ତି ଖଡ଼ିଆଳ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ମାଁ ଗୁଞ୍ଜ ତାଣ୍ଡି, ଓ ତାଙ୍କ ଭାଉଜ ଯୌତିମୟୀ ତାଣ୍ଡି, ଓ ଧର୍ମ ପତ୍ନୀ ଯମୁନା କ୍ଷତ୍ରି ।ତାଙ୍କ ପରିବାର ପ୍ରାୟ ୮ବର୍ଷ ହେଲା ଗରିବ ନିରୀହ ଲୋକ ଓ ବୃଦ୍ଧ ବୃଦ୍ଧା ଙ୍କୁ ବସ୍ତ୍ର ପ୍ରଦାନ କରି ଆସୁଛନ୍ତି ସେହିଭଳି ଏ ବର୍ଷ ମଧ୍ୟ ଅସହାୟ ଗରିବ ନିରିହ ତଥା ଗ୍ରାମର ୩୦ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କୁ ବସ୍ତ୍ର ବାଣ୍ଟି ଏବେ ବେସ୍‌ ଚର୍ଚ୍ଚା ରେ ଅଛନ୍ତି ବ୍ଲକ୍ ଉପାଧ୍ୟକ୍ଷ ଙ୍କ ପରିବାର । ଗରିବ ଅସହାୟ ନିରିହ ବୃଦ୍ଧ ବୃଦ୍ଧା ଙ୍କୁ ଟିକେ ଖୁସି ଦେବାପାଇଁ ଆଗକୁ ଆସି ଏହି ସାହାର୍ଯ୍ୟ କରିଥିବା କହିଛନ୍ତି ତାଙ୍କ ପରିବାର ବର୍ଗ ।ଏହି ବସ୍ତ୍ର ବଣ୍ଟନ କଲାପରେ ବ୍ଲକ୍ ଉପାଧ୍ୟକ୍ଷ ଙ୍କ ପରିବାରଙ୍କ ଏଭଳି କାର୍ଯ୍ୟ ଦେଖି ଅଞ୍ଚଳର ବୃଦ୍ଧି ଜୀବି ମହଲରେ ବେସ୍ ପ୍ରସଂଶା ଯୋଗ୍ୟ ହୋଇଛନ୍ତି ।

Post a Comment

Previous Post Next Post