ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା


ଜଳେଶ୍ଵର ୨୨/୩ (ଜଗନ୍ନାଥ ଗୋଛାୟତ) ଓଡ଼ିଶାରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇଥିବା ବେଳେ, ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି ପରୀକ୍ଷାର୍ଥୀ। ମାତ୍ର ପ୍ରତ୍ୟେକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ହେଉଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଜଳେଶ୍ବର ବ୍ଲକ ଅନ୍ତର୍ଗତ ଖୁଲୁଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିବା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ଅଜିତ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ, ବିପିନ ବିହାରୀ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ, ବିଜ୍ଞାନ ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ, ହିନ୍ଦି ଶିକ୍ଷକ ଦୀପକ କୁମାର ପାତ୍ର, ଶିକ୍ଷକ ସୁଜିତ୍ କୁମାର ସିଟ୍, ଶିକ୍ଷୟତ୍ରୀ ମୌସୁମୀ ଗୁପ୍ତା, ଆର୍ ମୋଲିନା, ବିଦ୍ୟାଳୟ କର୍ମଚାରୀ ସଞ୍ଜୀବ କୁମାର ଗିରି ଓ କମଳାକାନ୍ତ ସାମଲ ପ୍ରମୁଖ ବିଦାୟ କାଳୀନ ଅଭିଭାଷଣ ରଖିଥିଲେ । ସମ୍ବର୍ଦ୍ଧନା ସଭାରେ ସେମାନଙ୍କ ଭବିଷ୍ୟତ କାମନା କରିବା ସହିତ ସେମାନେ ଉଚ୍ଚ ଶିକ୍ଷା ଲାଭ କରି ନିଜ ନିଜର ନାମକୁ ବିକଶିତ କରିବା ସହିତ ବିଦ୍ୟାଳୟ ଟେକ ରଖିବାକୁ, ଉପଦେଶ ଦେଇଥିଲେ। ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ପୂଜାର୍ଚ୍ଚନା ଓ ମାଲ୍ୟାର୍ପଣ କରା ଯିବା ପରେ ଛାତ୍ରୀ ବର୍ଷା ପ୍ରିୟୟର୍ଶିନୀ ମହାନ୍ତି ଓ ନମିତା ମିଶ୍ର ପ୍ରାରମ୍ଭିକ ଜଗନ୍ନାଥ ଭଜନ ଗାନ କରିଥିଲେ। ନବମ ଶ୍ରେଣୀର ରୀତା ଋତୁପର୍ଣ୍ଣା ବାରିକ, ପ୍ରିୟବ୍ରତ ଜେନା ଓ ତନୁଶ୍ରୀ ଆଚାର୍ଯ୍ୟ ପ୍ରମୁଖ ଛାତ୍ର ଛାତ୍ରୀ, ବିଦାୟୀ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାବବିହ୍ୱଳ ବକୃତା ରଖିଥିଲେ। ସେହିଭଳି ଦଶମ ଶ୍ରେଣୀର ଅଚ୍ୟୁତାନନ୍ଦ ଦାସ, ଆଂଶିକା ବେହେରା ଓ ନମିତା ମିଶ୍ର ପ୍ରମୁଖ ଛାତ୍ର ଛାତ୍ରୀ ବିଗତ ୩ ବର୍ଷର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ଅନୁଭୂତି ସମ୍ପର୍କରେ ନିଜ ନିଜର ଭାବାବିହ୍ୱଳ ବକ୍ତବ୍ୟ ରଖିଥିଲେ।

Post a Comment

Previous Post Next Post