କାକଟପୁର ୧୮/୯ (ଅଲେଖ ବିଶ୍ଵାଳ) ଗତକାଲି ପୁରୀ ଜିଲ୍ଲା କାକଟପୁର ଥାନା ଅର୍ନ୍ତଗତ କୁଣ୍ଢେଇ ହାଟ ବଜାର ରେ ସୁନା ଦୋକାନୀ ନିରଞ୍ଜନ ସାହୁ ଙ୍କୁ ଗୁଳି ମାଡ଼ କରିଥିବା ଦୁର୍ବୃତ୍ତ ମାନେ କୋଣାର୍କ ଠାରୁ ନୟାହାଟ ରାସ୍ତା ରେ ଫେରାର ହୋଇ ନୟାହାଟ ନିକଟସ୍ଥ ସୁଜାଗଡ ଗାଁ ନିକଟରେ ତାଙ୍କ ଗାଡି ଟିକୁ ଛାଡ଼ି ପଳାଇଥିଲେ। ଦୁବୃର୍ତ୍ତ ମାନେ ସେହି ଗାଁ ରେ ଲୁଚିଥିବା ଖବର ପାଇ ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ କାକଟପୁର , ଅସ୍ତରଙ୍ଗ, ଗୋପ, କୋଣାର୍କ, ଚାରିଛକ ଥାନା ଓ ନୟାହାଟ ଫାଣ୍ଡି ପୁଲିସ ସେହି ଗାଁ କୁ ଘେରାଉ କରି ଦୁବୃର୍ତ୍ତ ମାନଙ୍କୁ ଖୋଜା ଖୋଜି କରିଥିଲେ । ପ୍ରବଳ ବର୍ଷା ଓ ଅନ୍ଧାର ର ସୁଯୋଗ ନେଇ ଦୁବୁର୍ତ୍ତ ମାନେ ଧାନ ବିଲ ଦେଇ ଫେରାର ହୋଇ ଯାଇଥିଲେ। ଦୁବୃର୍ତ୍ତ ମାନେ ଛାଡ଼ି ଦେଇଥିବା ଗାଡ଼ି ଟିକୁ ପୁଲିସ ଜବତ କରି ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ ଗାଡ଼ି ର ମାଲିକ ସୁଜାଗଡ ବସ୍ତି ର ରାଙ୍ଗା ଖାନ।
ପୁଲିସ ରାଙ୍ଗା ଙ୍କ ଘର ଉପରେ ଚଢ଼ାଉ କରିବାରେ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।ସ୍ଥାନୀୟ ପୁର୍ବତନ ସରପଞ୍ଚ ପ୍ରଣୟ କୁମାର ସାହୁ ଙ୍କ ଉପସ୍ଥିତି ରେ ଘର ର ତାଲା ଭାଙ୍ଗି ପୁଲିସ ପ୍ରାୟ ୫୬ ହଜାର ଟଙ୍କା, ବହୁ ସୁନା ଅଳଙ୍କାର ସେହି ଘରୁ ଜବତ କରିଥିବା ଓ ଏହି ଘଟଣା ରେ ଜଣଙ୍କୁ ଅଟକ ରଖି ପଚରାଉଚରା କରା ଯାଉଥିବା ନିମାପଡ଼ା ଏସ ଡି ପି ଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଦୁର୍ବୃତ୍ତ ମାନେ ବ୍ୟବହାର କରିଥିବା ଗୋଟିଏ ମୋଟର ସାଇକେଲ ଓ ଟ୍ରାଭେରା ଗାଡ଼ି କୁ ପୁଲିସ ଜବତ କରିଛି। ଆଜି ଅପରାହ୍ନରେ ପୁରୀ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏହି ଘଟଣା ସମଗ୍ର କାକଟପୁର ଓ ନୟାହାଟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।
Post a Comment