ସିନ୍ଧେକେଲା (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସାଇଁ ସେବା ସଂଗଠନ ପକ୍ଷରୁ ଅଯୋଧ୍ୟା ଯାତ୍ରା ସମ୍ପନ୍ନ ହୋଇଯାଇଛି । ସାଇଁ ସେବା ସଂଗଠନର ୧୭ ଜଣ ସଦସ୍ୟ ସାମୁହିକ ଭାବେ ଏକ ଟ୍ରାଭେଲର ଗାଡ଼ିରେ ତାଙ୍କର ଯାତ୍ରା ଆରମ୍ବ କରିଥିଲେ । ସିନ୍ଧେକେଲାରୁ ବାହାରି ସର୍ବ ପ୍ରଥମେ ଅମରକଣ୍ଟକ ସେଠାରୁ ଚିତ୍ରକୁଟ ପରେ ପ୍ରୟାଗରାଜ୍ ପହଞ୍ଚି ସେଠାରେ ବହୁଥିବା ଗଙ୍ଗା ନଦୀରେ ସମସ୍ତେ ସ୍ନାନ କରିଥିଲେ । ତାପରେ ଅଯୋଧ୍ୟା ପହଞ୍ଚି ସେଠାରେ ଶ୍ରୀରାମ ଭଗବାନଙ୍କ ଦର୍ଶନ କରିବା ସହ ସେଠାରେ ଥିବା ସମସ୍ତ ମନ୍ଦିର ଭ୍ରମଣ କରି ସେଠାରୁ ବାରାଣସୀ ଯାଇଥିଲେ । ବାରାଣସୀ ରୁ ଛତିଶଗଡ଼ ରାଜ୍ୟର ରାୟଗଡ଼ ଦେଇ ଚନ୍ଦ୍ରପୁର ପହଞ୍ଚି ଚନ୍ଦ୍ରହାସିନୀ ଦର୍ଶନ କରିଥିଲେ । ପରେ ସେଠାରୁ ସିନ୍ଧେକେଲା ପ୍ରତ୍ୟାବର୍ତ୍ତନ କରିଥିଲେ । ସାଇଁ ସେବା ଅନୁଷ୍ଠାନର ମୁନା ସାହୁ ଓ ନବୀନ ଜୈନଙ୍କ ନେତୃତ୍ୱରେ ଆୟୋଜିତ ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ଓ ଛତିଶଗଡ଼ ଯାତ୍ରା ମୋଟ ନଅ ଦିନର ହୋଇଥିବା ବେଳେ ହାରାହାରି ୨୪୦୦ କିଲୋମିଟର ଦୂରତା ଥିଲା । ଉକ୍ତ ଯାତ୍ରାରେ ଦେଵବ୍ରତ ମିଶ୍ର , ବିଦ୍ୟା ସାଗର ସାହୁ , ଶମ୍ଭୁ ପ୍ରସାଦ ସାହୁ ଦୀନବନ୍ଧୁ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।

Post a Comment