ବୁଗୁଡ଼ା ବ୍ଲକ୍ ରେ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ


ଗଞ୍ଜାମ/ବୁଗୁଡ଼ା,୧୫/୦୯/୨୪(ସୋରେନ କୁମାର ପ୍ରଧାନ):ରାଜ୍ଯ ସରକାର ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତି ପାଞ୍ଚ ହାହାର ଟଙ୍କା ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରବେ। ସରକାରଙ୍କ ଏହି ସୁଭଦ୍ରା ଯୋଜନା ନେଇ ସେପ୍ଟେମ୍ବର ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିପିସି, ବିପିଏମ୍, ମିଶନ ଶକ୍ତି ଗୃପର ମହିଳା ବୃନ୍ଦ, ଅଙ୍ଗନୱାଡି କର୍ମୀ ବୃନ୍ଦ ରାଲିରେ ବୁଗୁଡା ସହର ପରିକ୍ରମା କରି ସୁଭଦ୍ରା ଯୋଜନା ବିଷୟରେ ଜନସଚେତନତା କରିଥିଲେ।ଏଥି ସହ ବିଡ଼ିଓ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବ୍ଳକର ୨୧ ଗୋଟି ପଞ୍ଚାୟତରେ ମଧ୍ୟ ସୁଭଦ୍ରା ଯୋଜନା ବିଷୟ ନେଇ ଜନସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଯୋଗ୍ୟ ହିତାଧିକାରୀ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ୧୦ ହଜାର ଓ ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା ପାଇବେ ବୋଲି ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହି ଯୋଜନାର ସୁଯୋଗ ନେବାକୁ ପ୍ରଚାର କରିଥିଲେ।

Post a Comment

Previous Post Next Post