ସିନାପାଲି ୦୫/୦୯ ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ସିଙ୍ଗଝର ସରକାରୀ ଉଚ୍ଚ ବିଦ୍ଯାଳୟର ମେଧାବୀ ଛାତ୍ର ତ୍ରିବିକ୍ରମ ରଣା ରାଜ୍ଯ ସ୍ତରୀୟ ଓଡ଼ିଆ ଭାଷାବୄତ୍ତି ସମ୍ମାନରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଗତ ମାଟ୍ରିକ ବୋଡ଼ ପରୀକ୍ଷାରେ ତ୍ରିବିକ୍ରମ ନୂଆପଡ଼ା ଜିଲ୍ଲାରେ ଦ୍ବିତୀୟ ସର୍ବୋଚ୍ଚ ନମ୍ଭର ରଖିଥିବା ବେଳେ ଓଡ଼ିଆ ଭାଷା ବିଷୟରେ ସର୍ବୋଚ୍ଚ ନମ୍ଭର ପାଇଥିଲେ । ତାଙ୍କର ଏହି ଉପଲବଧି ପାଇଁ ଆଜି ଗୁରୁଦିବସ ଅବସରରେ ଭୁବନେଶ୍ୱର ଠାରେ ମୁଖ୍ଯମଂତ୍ରୀ ମୋହନ ମାଝୀଙ୍କ ଠାରୁ ଏହି ସମ୍ମାନଜନକ ଭାଷାବୄତ୍ତି ସମ୍ମାନ ପାଇଥିବା ଜଣାପଡ଼ିଛି । ଛାତ୍ରଙ୍କ ଏହି ସଫଳତାରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଯତୀଂଦ୍ର କୁମାର ସେଠ ଖୁସି ବ୍ଯକ୍ତ କରିବା ସହ ଏହା ଅନ୍ଯ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଓଡ଼ିଆ ଭାଷାରେ ଊତ୍କର୍ଷତା ପାଇଁ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନୂଆପଡ଼ା ଠାରେ ପୁରସ୍କୃତ କରାଯାଇଛି । ସିନାପାଲି ଶିକ୍ଷାଧିକାରୀ ଯତୀଂଦ୍ର କୁମାର ସେଠ ଙ୍କ ତତ୍ୱାବଧାନରେ ସିଆରସିସି ଖଗେଶ୍ୱର ନିଆଲ, ରାକେଶ ମିଶ୍ର, ସୁଧିର ଠାକୁର ଓ ଶଙ୍କରଷଣ ଦଣ୍ତସେନା, ଶିକ୍ଷକ କମଳଜିତ ବୈକାର, ଚଂଦ୍ରମଣି ମେହେର, ଦୀବ୍ଯା ମହାନନ୍ଦ, ସତ୍ଯରୂପା ଯୋଷୀ ପ୍ରମୁଖଙ୍କ ନେତୄତ୍ୱରେ ଛାତ୍ରଛାତ୍ରୀ ନୂଆପଡ଼ା ଯାଇ ଜିଲ୍ଲା ସ୍ତରୀୟ ପୁରସ୍କାର ଗ୍ରହଣ କରିଥିଲେ । ମେଧାବୀ ଛାତ୍ର ଶ୍ରୀ ରଣା ଓ ଅନ୍ଯ ଛାତ୍ରଛାତ୍ରୀଙ୍କ ଏ ସଫଳତାରେ ବିଭିନ୍ନ ମହଳରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Post a Comment