ଗଞ୍ଜାମ/ବୁଗୁଡ଼ା,୧୪/୦୯/୨୪(ସୋରେନ କୁମାର ପ୍ରଧାନ) ଗଣେଶ ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସାମାନ୍ୟ ବଚସାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଟେକାପଥର ମାଡ଼ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ଛକରେ ଏଭଳି ଘଟଣା ଘଟିଛି ।ସୂଚନା ମୁତାବକ, ବୁଗୁଡାର ଆଦିପୁର ଏବଂ ଓଡ଼ିଆ ସାହି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଖୁବ୍ ଧୁମଧାମରେ ହୋଇଥିଲା ।ତେବେ ଶୁକ୍ରବାର ଦିନ ଭସାଣି ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେଠାରେ ସାମାନ୍ୟ ବଚସାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା । ପରେ ପରସ୍ପରକୁ ପ୍ରବଳ ଟେକାପଥର ମାରିଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଉଭୟ ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Post a Comment