ବିଶ୍ୱ ପ୍ରାଥମିକ ଉପଚାର ଦିବସ :ଘରେ ଘରେ ପ୍ରାଥମିକ ସେବା ସହାୟକ ସୃଷ୍ଟି କରିବା


ଭୁବନେଶ୍ୱର : (ଆଜତକ୍ ଓଡ଼ିଶା) ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଇସିଆରସି ୟୁନିଟ ଦ୍ୱାରା ପ୍ରାଥମିକ ଉପଚାର ଦିବସ ଭୁବନେଶ୍ୱର ସ୍ଥିତରେଡକ୍ରସ ଭବନ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଆଭିମୁଖ୍ୟ ଥିଲା ପ୍ରାଥମିକ ଉପଚାର ଓ କ୍ରୀଡା ଏହି ପ୍ରୋଗ୍ରାମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାଥମିକ ସହାୟତାକୁ ପ୍ରୋତ୍ସାହିତ କରିବା ଓ ଘରେ ଘରେ କିପରି ପ୍ରାଥମିକ ସହାୟକ ସୃଷ୍ଟି କରି ଜରୁରୀ ପରିସ୍ଥିତିରେ ସେବା ପ୍ରଦାନ କରି ବହୁ ଅମୁଲ୍ୟ ଜୀବନ ବଞ୍ଚାଇବା । କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଆପାରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଭାରତୀୟ ରେଡ଼କ୍ରସର ପୂର୍ବତନ ଅବୈତନିକ ସଚିବ ସିଟିଏମ୍ ସୁଗୁଣା (ଆଇଏଏସ୍) ଯୋଗ ଦେଇଥିଲେ। ୟୁଥ ରେଡ଼କ୍ରସ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା ଏବଂ ଆଇସିଆରସିର ପ୍ରୋଗ୍ରାମ ମ୍ୟାନେଜର ସଂଯୁକ୍ତା ପ୍ରିୟଦର୍ଶିନୀ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୨୦୦ରୁ ଉର୍ଦ୍ଧ ୟୁଥ ରେଡ଼କ୍ରସ ଓ ଜୁନିୟର ରେଡ଼କ୍ରସର ପରାମର୍ଶଦାତା, ସ୍ବେଚ୍ଛାସେବୀ, ମାଷ୍ଟର ଟ୍ରେନର, ଆଜୀବନ ସଦସ୍ୟ ଓ ରେଡ଼କ୍ରସର କର୍ମଚାରୀ ଯୋଗ ଦେଇଥିଲେ । ଜେଆରସି ପରାମର୍ଶଦାତା ରବିଚନ୍ଦ୍ର ପଶାୟତ, ରାମ ନାରାୟଣ ଦାଶ, ସ୍ମୃତି ରଂଜନ ପାଣି, ୟୁଥ ରେଡ଼କ୍ରସ ପରାମର୍ଶଦାତା ସୁଧାକର ବିସୋଇ, ଇତିଶ୍ରୀ ସୁନ୍ଦରା, ଅମିତାବାଲା ପାତ୍ର, ସ୍ବେଚ୍ଛାସେବୀ ସ୍ମୁତି ରଂଜନ ପାଢ଼ୀ , ଚିନ୍ମୟୀ ତରାସିଆ, ସାଗାରିକା ଗୋଛାୟତ, ଆଜୀବନ ସଦସ୍ୟ ମଞ୍ଜୁଲତା ତ୍ରିପାଠୀ, ଶ୍ରୀ ଦିଲୀପ ଦାଶଶର୍ମା, ବି. ଗୋବିନ୍ଦ ରାଓ, ଦୀପକ କୁମାର ଚୌଧୁରୀ , ରେଡ଼କ୍ରସର କର୍ମଚାରୀ ଜେ.ଆର.ସି.ଓ ଲକ୍ଷ୍ମଣ ସ୍ୱାଇଁ, କୁବେର ଚନ୍ଦ୍ର ପାତ୍ର, ଲୀଲାପୂଣ୍ୟ ତୀର୍ଥ ସ୍ୱାଇଁ ମାନଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରି ଅମୁଲ୍ୟ ଜୀବନ ବଂଚେଇବାର ଉଦ୍ୟମ ପାଇଁ ସମ୍ମାନିତ କରାଯାଇଥିଲା l ଏଥି ସହିତ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟିର ମାଷ୍ଟର ଟ୍ରେନର ଡ. ବିକାଶ ପ୍ରସାଦ, ଡ. ଲୋକନାଥ ସାହୁ , ଡ. ଗୋପାଳ କୃଷ୍ଣ ମିଶ୍ର, ଶ୍ରୀ ଲକ୍ଷ୍ମଣ ସ୍ୱାଇଁ , ଶ୍ରୀ ଗୁଲଶନ କୁମାର ଦାଶ, ଶ୍ରୀ ଡି. ଆଶିଷ ରାଠୋର, ଶ୍ରୀ ସୁମନ୍ତ ଦ୍ୱିବେଦୀଙ୍କୁ ପ୍ରାଥମିକ ଉପଚାରକୁ ସ୍କୁଲ, କଲେଜ ଓ ଗାଁ ମାନଙ୍କରେ ପ୍ରାଥମିକ ସହାୟତା ସୃଷ୍ଟି କରିବାର ପ୍ରୟାସ ଓ ଜରୁରକାଳୀନ ସେବା ପାଇଁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଡ କ୍ରସ୍ ଭବନ ସମ୍ମୁଖରେ ଏକ ମାନବ ଶୃଙ୍ଖଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଶେଷରେ ଡ଼. ଗୋପାଳ କୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post