ରାଜଗଣ୍ଡ ସାଂସ୍କୃତିକ ସମାଜ ର ପ୍ରଥମ ଯୁବ ସମ୍ମିଳନୀ

 


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଜାମୁଟଯୁରୀ ଗ୍ରାମ ରେ ଧାମନଢ଼ଙ୍ଗା ଆଞ୍ଚଳିକ ରାଜଗଣ୍ଡ ସାଂସ୍କୃତିକ ସମାଜ ର ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଶ୍ରୀ ବୁଢ଼ା ଦେଓ ଙ୍କୁ ପୂଜାଅର୍ଚ୍ଚନା କରାଗଲା ଓ ଉକ୍ତ ସମ୍ମିଳନୀ କୁ ଜିଲ୍ଲା ସମାଜ କୋଷାଧ୍ୟକ୍ଷ ଶ୍ରୀ ଧନସିଂ ମାଝୀ ସଭା ପରିଚାଳନା କରିଥିଲେ। ଉକ୍ତ ସଭାରେ ସମାଜର ସମ୍ମାନୀତ ଶ୍ରୀ ଶ୍ରୀଧର ମାଝୀ ସଭାତିତ୍ବ ଗ୍ରହଣ କରି ଆଜିର ଯୁଗରେ ଯୁବ ପୀଢ଼ି ମାନଙ୍କୁ ସମାଜ ରେ ଅଂଶଗ୍ରହଣ କରିବା ପାଇଁ ମତ ପ୍ରକାଶ କରିଥିଲେ। ତାପରେ ଉକ୍ତ ସମ୍ମିଳନୀ ରେ ଉପସ୍ଥିତ ସମସ୍ତ ସମାଜର ବନ୍ଧୁ ମାନେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ।

ଜିଲ୍ଲା ସେକ୍ରେଟେରୀ ଶ୍ରୀ ମୁରଲୀ ମାଝୀ ସମସ୍ତ ଯୁବ ଗୋଷ୍ଠୀଙ୍କୁ ନିଜ ଜାତି, ବର୍ଗ, ଦେବତା,ଉ ନିଜ ନିଜ ଗଡ ମାନଙ୍କ ବିଷୟରେ ଅବଗତ କରିଥିଲେ।

ଶ୍ରୀଯୁକ୍ତ ହରି ହର ମାଝୀ ଗଣ୍ଡ ସମାଜରେ ଆଜିର ଯୁବପିଢି ସଂପୂର୍ଣ୍ଣ ଭାବରେ ଅଂଶଗ୍ରଣ କରିବା ପାଇଁ ଅନୁରୋଧ କରିଥିଲେ ।

ଶ୍ରୀଯୁକ୍ତ ଗ୍ରିରାଜ ମାଝୀ (ଏକ୍ସ କମାଣ୍ଡୋ) ଙ୍କ ମତ ହିସାବରେ ସେ ସମାଜ ର ସେବା ସବୁ ସମୟରେ କରି ସମାଜ କୁ ଆଗକୁ ବଢ଼ିବାରେ ସହଯୋଗ କରିବୁ କହିଥିଲେ।

ଆଜତକ୍ ଓଡ଼ିଶା ୱେବନ୍ୟୁଜ ର ସମ୍ପାଦକ ଏବଂ ଚଟୁଅନକା ଗଣ୍ଡ ସମାଜ ର ଯୁବ ସଭାପତି ବିଷିକେସନ ମାଝୀ ଗାଁ ଗାଁ କୁ ସଙ୍ଗଠନ କରିଲେ ନିଶ୍ଚୟ ଆଗକୁ ଯିବା ବୋଲି ଅବଗତ କରିଥିଲେ।

ଏହି ଯୁବ ସମ୍ମିଳନୀ ରେ ବିଭିନ୍ନ ଗ୍ରାମରୁ ଗଣ୍ଡ ସାଂସ୍କୃତିକ ସମାଜର ଯୁବ ପୀଢ଼ିମନେ ଯୋଗଦେଇଥିଲେ।


Post a Comment

Previous Post Next Post