ଗଞ୍ଜାମ/ବୁଗୁଡ଼ା,୧୪/୦୯/୨୪(ସୋରେନ କୁମାର ପ୍ରଧାନ):ଏବେ ସୁଭଦ୍ରା ଯୋଜନା ପାଇଁ ଜନ ସେବା କେନ୍ଦ୍ର ଗୁଡିକରେ ମହିଳାଙ୍କ ଭିଡ଼ ଜମୁଥିବା ବେଳେ ଏହାର ଫାଇଦା ନେଇ ନିରୀହ ଗରିବ ମହିଳାଙ୍କୁ ଜନସେବା କେନ୍ଦ୍ର ଲୁଟ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବୁଗୁଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ସ୍କାଇ ଲାଇନ କମ୍ପ୍ୟୁଟର ନାମକ ଏକ ଜନ ସେବା କେନ୍ଦ୍ର ଉପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ସୁଭଦ୍ରା ଯୋଜନାର ହିତାଧ୍ୟାକାରୀଙ୍କଠାରୁ ସଂଗୃହୀତ ହୋଇଥିବା ଆବେଦନ ଫର୍ମଗୁଡିକ ଅପଲୋଡ଼ କରିବା ପାଇଁ ବୁଗୁଡ଼ା ଏନଏସି ପକ୍ଷରୁ ବିଭିନ୍ନ ଜନ ସେବା କେନ୍ଦ୍ରକୁ ଭାଗ ବାଣ୍ଟି ଦାୟିତ୍ୱ ପ୍ରଦାନ କରିଥିଲେ । ତେବେ ସ୍କାଇ ଲାଇନ କମ୍ପ୍ୟୁଟର ନାମକ ଏକ ଜନ ସେବା କେନ୍ଦ୍ରର ମାଲିକ ବି.ତ୍ରିପତି ପାତ୍ର ଏହି ଫର୍ମ ଅପଲୋଡ଼ କରି ନଥିଲେ । ଏ ବିଷୟରେ ନୋଡାଲ ଅଧିକାରୀମାନେ ପଚାରିବାରୁ ସେମାନଙ୍କୁ ମଧ୍ଯ ଦୁବ୍ୟବହାର କରିଥିଲେ । ଫଳରେ ବୁଗୁଡ଼ା ଏନଏସି କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୧୫୯୨, ତା ୧୦/୦୯/୨୪ ପ୍ରକାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୨୪ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଥିଲେ । ହେଁ ସେ କୌଣସି ଉତ୍ତର ଦେଇ ନଥିଲେ । ଫଳରେ ତାଙ୍କ ସିଏସପି ଅନୁମତି ବାତିଲ କରିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ଏନଏସି କାର୍ଯ୍ୟ ନିବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ । ପୂର୍ବରୁ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ ବେଳେ ଆଧାର ସହ ମୋବାଇଲ ଲିଙ୍କ କରିବା ପାଇଁ ଏହି ଜନ ସେବା କେନ୍ଦ୍ରର ମାଲିକ ବି.ତ୍ରିପତି ପାତ୍ର ହିତାଧିକାରୀଙ୍କ ଠାରୁ ୩ ଶହ ଟଙ୍କା ଲେଖାଏଁ ଆଦାୟ କରୁଥିବା ଜଣା ପଡିବା ପରେ ସ୍ଥାନୀୟ କିଛି ଯୁବକ ସମ୍ପୃକ୍ତ ମାଲିକଙ୍କୁ ତାଗିତ କରିବା ସହ ତାଙ୍କ କେନ୍ଦ୍ର ଆଗରେ ଆଧାର ଲିଙ୍କ ପାଇଁ କେହି ଶହେ ଟଙ୍କାରୁ ଅଧ୍ବକ ଦେବେ ନାହିଁ ବୋଲି ମଧ୍ୟ ନୋଟିସ ମାରିଥିଲେ ହେଁ ଉକ୍ତ ମାଲିକଙ୍କ ଗ୍ରାହକ ଶୋଷଣ କମି ନଥିଲା । ଏବେ ପ୍ରଶାସନକୁ ମଧ୍ଯ ବେଖାତିର କରିବା ପରେ ତାଙ୍କ ବିରୁଦ୍ଧରେ କି ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା ।

Post a Comment