କବିତା : ସୁନା ବେଶ


ସୁନା ବେଶ

ବହୁ ସୁନ୍ଦର ଦିଶୁଛ ହେ ଚତୁର୍ଦ୍ଧା ମୂରତୀ

   ତୁମ ସୁନାବେଶ ରୂପ କାନ୍ତିରେ

ଦର୍ଶନ କରୁଛନ୍ତି ଭକ୍ତ ବହୁ ଯେ ଆନନ୍ଦେ

    ଶାବର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ।।


ବିଜେ ବ୍ରହ୍ମାଣ୍ଡ ମହାପ୍ରଭୁ ସିଂହ ଦ୍ୱାରେ ଆଜି

     ଯିବେ ବୋଳିଲେ ଆଜି ସିଂହାସନ

ଆଜି ଏକାଦଶୀ ହେଲେ ତୁମ୍ଭର ସୁନାବେଶ

    ହେଲେ ଯେ ଦାରୁ ବ୍ରହ୍ମ ବିଭୂଷଣ ।।


ଆସ ପ୍ରଭୁଙ୍କ ଭକ୍ତ ହୁଅ ଆଜି ଏକଜୁଟ

     କର ଦରଶନ ତିନି ଦିଅଁଙ୍କ

ମହଣ ସୁନାରେ ପ୍ରଭୁ ଆଜି ଯେ ଅଳଙ୍କୃତ

     ଦେଖିବାକୁ ଚାଲ ରୂପ ପ୍ରଭୂଙ୍କ ।।


କି ସୁନ୍ଦର ରୂପରେ କଳାକାଞ୍ଚନ ମୋ ପ୍ରଭୂ

    କଳା ଶ୍ରୀମୁଖ କଳା ଅଞ୍ଜନ

ତା ରୂପ ଲାବଣ୍ୟ ବହୁ ଯେ ଅପରୂପ ଠାଣି 

    ଚଳ ଚଞ୍ଚଳ ଆଜି ସିଂହାସନ ।।


ଚତୁର୍ଦ୍ଧା ମୁରତୀ ଚମକୁ ଯେ ଅଛନ୍ତି ଆଜି

      ମହଣ ଭରି ସୁବର୍ଣ୍ଣ ଭୂଷଣ

ଅଗଣିତ ଭକ୍ତ ଆଜି ଭାବରେ ସମବେତ

      ତା ଚକା ନୟନ କର ଦର୍ଶନ ।।

**************************************

   ତ୍ରିନାଥ ପଟ୍ଟନାୟକ

(ଯୁବ ଅଧ୍ୟାପକ ତଥା କବି)

  ଗ୍ରାମ: ଗାନ୍ଧୀ ନଗର, ଶିକ୍ଷକ କଲୋନୀ

    ଜିଲ୍ଲା:କୋରାପୁଟ , ଦୂରଭାଷ-୯୪୩୮୩୬୨୧୭୨

Post a Comment

Previous Post Next Post