ପ୍ରଧାନମନ୍ତ୍ରୀ ସିଧା ପ୍ରସାରଣ ଦେଖିଲେ ଶହ ଶହ ମହିଳା
କଲମପୁର,୧୭/୯(ଶରତ ଚନ୍ଦ୍ର ସୁନାନୀ) କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ଜନତା ମଇଦାନ ଠାରେ ଆୟୋଜିତ ଜନ ସମାବେଶରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରାସାରଣ ଦେଖିବା ପାଇଁ କଲମପୁର ବ୍ଲକ ପ୍ରଶାସନ ତରଫରୁ କଲମପୁର ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିଥିଲେ। ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଵଚ୍ଛତା ନିମନ୍ତେ ଶପଥ ପାଠ କରାଯାଇଥିଲା। ମହିଳା ଗୋଷ୍ଠୀ ମାନଙ୍କ ସଫଳତାର ଅନୁଭୁତି ଅନ୍ୟର ଉଦାହରଣ ପାଲଟିବ ବୋଲି ପ୍ରସଙ୍ଗ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ନିର୍ବାସିନୀ ଦେଇ, ମିଶନ ଶକ୍ତି ବିପିଏମ ରେଗୁନିୟସ ଏକ୍କା, ସାମାଜିକ ସୁରକ୍ଷା ଅଧିକାରୀଣୀ କ୍ଷିତିସୁତା ମେହେର, ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ସୁମନ୍ତ ଦଣ୍ଡପାଟ,ମିଶନ ଶକ୍ତି ସଂପାଦିକା ରଞ୍ଜିତା ନାଏକ,ସୁମତି ଛତ୍ରିଆ, ଆଇ.ସି.ଡି.ଏସ ସୁପର ଭାଇଜର ବାସନ୍ତୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ସାଂସଦ,ବିଧାୟକ ସମେତ ସେମାନଙ୍କ ପ୍ରତିନିଧିଙ୍କ ପାଇଁ ଉଦ୍ଧିଷ୍ଟ ସଂରକ୍ଷିତ ଆସନ ଖାଲିପଡିଥିବା ବେଳେ ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟା ଓ ବ୍ଳକ ଅଧ୍ୟକ୍ଷା ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। କେବଳ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ମନୋଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଜେପିର ବ୍ଲକ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଶୁଭାରମ୍ବ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଏ.ପି.ଡି ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ।
Post a Comment