ନୂଆପଡା ଜିଲ୍ଳାରେ ବୁଲିବ ଦୁଇଟି ସୁଭଦ୍ରା ରଥ, ଜିଲ୍ଲାପାଳ ସବୁଜ ପତାକା ଦେଖାଇ ସଚେତନ ରଥ କଲେ ଶୁଭାରମ୍ଭ


ନୂଆପଡ଼ା (ପରମେଶ୍ବର ମେହେର) ଜନ ସଚେତନତା ଉଦ୍ଦେଶ୍ୟ ରେ ନୂଆପଡା ଜିଲ୍ଳାର ପ୍ରତି ବ୍ଲକ ଏବଂ ପଂଚାୟତରେ ସୁଭଦ୍ରା ରଥ ପରିକ୍ରମା କରିବ। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଦୁଇଟି ସୁସଜ୍ଜିତ ସୁଭଦ୍ରା ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ମଧୁସୂଦନ ଦାଶ ଶୁଭାରମ୍ଭ କରିଛନ୍ତି । ପ୍ରଶାସନ ର ବରିଷ୍ଠ ଅଧିକାରୀ ଏବଂ ଶତାଧିକ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ସ୍ୱୟଂ ସହାୟକ ମହିଳା ମାନଙ୍କ ଉପସ୍ଥିତି ରେ ସୁଭଦ୍ରା ରଥ ଶୁଭାରମ୍ଭ ହୋଇଅଛି। ସୁଭଦ୍ରା ଯୋଜନା ଏକ ନିରନ୍ତର ପ୍ରକ୍ରିୟା ରୂପେ ଗ୍ରହଣ କରି ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ସୁଭଦ୍ରା ଯୋଜନାର ଶତ ପ୍ରତିଶତ ସଫଳତା ହାସଲ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ଭିମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡି ଏସ ଡବ୍ଲୁ ଓ ପ୍ରୋଗ୍ରାମ ଅଧିକାରୀ ନମିତା ପାଢ଼ୀ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅଙ୍ଗନବାଡି ସିଡିପିଓ, ସୁପରଭାଇଜର, କର୍ମୀ ମାନେ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Post a Comment

Previous Post Next Post