ନୂଆଖାଇ ର ପ୍ରଥମ ସୋପାନ,ରୁଗିବଲା ଯାତ୍ରା ସଂପନ୍ନ


ରିଷିଡା ୩/୯(ମହେନ୍ଦ୍ର ପ୍ରଧାନୀ ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବାରଟି ପଞ୍ଚାୟତ ସମେତ ରିଷିଡା ଠାରେ ଆଉମାତ୍ର କେଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ନୂଆଖାଇ ପାଇଁ ଏବେଠୁ ଗ୍ରାମାଞ୍ଚଳରେ ଘର ସଫେଇ କାମ ଆରମ୍ଭ ହେବାସହ ଘରର ଯାବତୀୟ ସାମଗ୍ରୀ ଧୁଆ ଧୋଇ କାମ ଆରମ୍ଭ ହେଲାଣି। ନୂଆଖାଇ ପୂର୍ବରୁ ଗାଁ ରୁ ରୋଗ ଦୂରୀକରଣ ପାଇଁ ଗାଁ ଦେବାଦେବୀ ଙ୍କ ପୀଠରେ ରୁଗିବଲା ଯାତ୍ରା ଆରମ୍ଭ ହୋଇଛି। ଆଜି କର୍ଲାମୁଣ୍ଡା ବ୍ଲକ ର ରିଷିଡା କୁମ୍ଭାରପଡ଼ା କନ୍ଧ ପଡ଼ା, ଠାରେ ଗାଁ ଯାଙ୍କର ମାକଣ୍ତ ପ୍ରଧାନୀ ସମସ୍ତ ଗ୍ରାମ ଦେବତୀ ପୀଠରେ ପୂଜାର୍ଚ୍ଚନା କରି ଗାଁ ରୁ ରୋଗ ଦୂରେଇ ନେଇ ସମସ୍ତ ଙ୍କୁ ସୁସ୍ଥ ରଖିବା ପାଇଁ କାମନା କରିଥିଲେ।ଏଇ ଅବସରରେ ପ୍ରତ୍ୟେକ ଙ୍କ ଘରୁ ଧୂପ, ଫୁଲ ଖଇ ଆସି ଧରନିଗୁଡିରେ ପହଞ୍ଚିଥିଲା ସେଠାରେ ପୂଜାପାଠ ପରେ ଗ୍ରାମର ବୟୋଜ୍ୟେଷ୍ଠ ମାନଙ୍କ ସହ ପ୍ରଧାନୀ ଝାକର ଗାଁ ଶେଷ ମୁଣ୍ଡକୁ ଯାଇ ରୋଗ ବଲାଣି କରି ପୂଜାପାଠ, କୁକୁଡ଼ା ଓ ବୋଦା ବଳି ଦେଇଥିଲେ। ଏଥିରେ ଗ୍ରାମର ବହୁ ଲୋକ ସାମିଲ୍ ହୋଇଥିଲେ।

Post a Comment

Previous Post Next Post