ସିଆଳଲଟି ଗାଁ ମୁଣ୍ଡରେ ଜମୁଛି ଆଣ୍ଠୁଏ ପାଣି,ଯାତାୟତରେ ବାଧାପ୍ରାପ୍ତ


କୋମନା:- (ବିରବଲ ପ୍ରଧାନ)ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅଧିନସ୍ଥ ସିଆଳଲଟି ପଞ୍ଚାୟତର ସିଆଳଲଟି ଗ୍ରାମର ଗାଁ ମୁଣ୍ଡ ରାସ୍ତାରେ ଟିକିଏ ବର୍ଷା ହେଲେ ଜଲମୟ ହୋଇଯାଉଛି । ରାସ୍ତା ସିଆଳଲଟି ଗ୍ରାମପଞ୍ଚାୟତ ରୁ ତରବୋଡ଼ NH353 ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବେଳେ ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ର ଲୋକ ବସ ଷ୍ଟପ, ହସ୍ପିଟାଲ, କଲେଜ, ହାଇସ୍କୁଲ, ସ୍କୁଲ ପାଠ ପଢ଼ୁଥିବା ଛାତ୍ର ଛତ୍ରୀ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ରାସ୍ତାଟି ପାଣି ଭର୍ତି ହୋଇଥିବାରୁ ‌‌ ବର୍ଷା ଦିନେ ଉକ୍ତ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ନ ହୋଇପାରି ରାସ୍ତା ଉପରେ ଜମି ରହୁଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଲୋକମାନେ ଯାତାୟତ କରୁଥିବା ବେଳେ ବହୁ ଦୁଇଚକିଆ ଓ ଚାରି ଚକିଆ ଯାନ ମଧ୍ଯ ଯାତାୟତ କରୁଥିବା ସହିତ ସ୍କୁଲ ପିଲା ସେହି ରାସ୍ତାର ପାଠ ପଢିବାକୁ ଯାଉଛନ୍ତି । ପାଣିଭରା ରାସ୍ତାରେ ଯାତାୟତ କରୁଥିଲା ବେଳେ ଏଥିରେ ପଡ଼ି ବହି ବସ୍ତାନି ଓ ପୋଷାକ ପତ୍ର ଓଦା ହେଉଥିବାର ଦେଖାଦେଇଛି । ରାସ୍ତାରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଥ‌ିବାରୁ ଏଥିରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ି ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଫଳରେ ମଶା, ମାଛି, ଡ଼ାଆଁସଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ସବୁ ସମୟରେ ଲୋକମାନେ ଏହି ପାଣି ଭିତରେ ଯାତାୟତ କରୁଥିବାରୁ ସେମାନଙ୍କୁ ଥଣ୍ଡା, ସର୍ଦ୍ଦି, ଜ୍ଵର ରେ ପୀଡ଼ିତ ହେଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ରାସ୍ତାରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ବହୁବାର ଅଞ୍ଚଳବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଜଣାଯାଇଛି । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ରେ ଅଛି।

Post a Comment

Previous Post Next Post