କୁସୁମଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବରୁ ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠ ପଢା


ନୂଆପଡ଼ା ଶିକ୍ଷା ଏକ ମୌଳିକ ଅଧିକାର,ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସବୁ ପ୍ରକାର ସୁବିଧା ସୁଯୋଗ ପାଇବାର ଅଧିକାର ଅଛି ଛାତ୍ର ଛାତ୍ରୀଙ୍କର।ବାସ୍ତବରେ ସ୍ଥିତି କିନ୍ତୁ ଓଲଟା।ଏବେ ମଧ୍ୟ ଅନେକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ସର୍ବନିମ୍ନ ସୁବିଧା ପାଇ ପାରୁ ନାହାନ୍ତି।ଏମିତି ଏକ ସମସ୍ୟା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଳକ କୁସୁମଖୁଣ୍ଟା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନସରେ।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଭଙ୍ଗା ଦଦରା ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ। ଏହି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମାତ୍ର ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ବିଦ୍ୟାଳୟରେ ଦୁଇ ଗୋଟି କୋଠରୀ ରହିଛି । ସେଥିମଧ୍ୟରୁ ଗୋଟିଏ କୋଠରୀରୁ ପାଣି ଝରିବା ସହ ଚୂନ ଅତଡା ଖସୁ ଥିବାରୁ ପାଠ ପଢା ହେଉନି। ଆଉ ଏକ କୋଠରୀରେ ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ପଢୁଛନ୍ତି । ଶ୍ରେଣୀ କୋଠରୀ ଅଭାବରୁ ଚତୁର୍ଥ ରୁ ଅଷ୍ଟମ ଯାଏ ପିଲା ମାନଙ୍କୁ ବାରଣ୍ଡାରେ ପାଠ ପଢା ଯାଏ। ତାହା ପୁଣି ବାରଣ୍ଡାର ଦୁଇ ପଟରେ।

ଗୋଟିଏ ପଟେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଅନ୍ୟ ପଟରେ ଷଷ୍ଠ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ପଢୁଛନ୍ତି। ଏଥିରୁ ଅନୁମାନ କରାଯାଏ ପାଠ ପଢା କେମିତି ଚାଲିଛି।କୋଠରୀ ଅଭାବ ସହ ରୋଷେଇ ଘର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଯାହା ଫଳରେ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ଛାତ୍ର ଛାତ୍ରୀ।ଅବିଭାବକ ଅବିଭାବିକା ଏନେଇ ଅନେକଥର ପ୍ରଶାସନକୁ ଜଣାଇଛନ୍ତି। କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନି। ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦିଆ ଯାଇଛି।ଏବିଷୟରେ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରାଙ୍କୁ ପଚାରିବାରୁ ବିଦ୍ୟାଳୟରେ ଅତିଶୀଘ୍ର ଅତିରିକ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି କହିଥିଲେ । ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post