କୋମନା:- (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା–୬ ସୁନ୍ଦର ନାଳାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାରାଯାଉଛି । ଅବଧି ଶେଷ ହୋଇଥିଲେ ମଧ୍ଯ କାର୍ଯ୍ୟ ସମ୍ପୂର୍ଣ ନ ହେବା ପୂର୍ବରୁ ଫାଉଣ୍ଡେଶନ ଭାଙ୍ଗିଗଲାଣି। କିଛିଦିନ ଭିତରେ ପମ୍ପହାଉସ ପଡିଯିବା ସମ୍ଭାବନା ରହିଛି। ସିମେଣ୍ଟ, ବାଲି ଠିକ୍ ଭାବେ ଦିଆ ନ ଯାଇ ନିମ୍ନମାନର କାର୍ଯ୍ୟ ଯୋଗୁ ଫାଉଣ୍ଡେଶନ ଫାଟି ଗଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା – ଡୋଙ୍ଗରିପାଲି ଗାଁ ଦେଇ ଯାଇଥିବା ସୁନ୍ଦର ନାଳାରେ ଓଡିଶା ଉଠା ଜଳସେଚନ କର୍ପୋରେଶନ ଲିଂ ନୂଆପଡ଼ା ତରଫରୁ ଉଠାଜଳସେଚନ ପ୍ରକଳ୍ପ ବୁଦ୍ଧିକୋମନା –୬ ନିର୍ମାଣ ହେଉଛି। ପ୍ରକଳ୍ପ ଅଟକଳ ମୂଲ୍ୟ ୩୫୯୧୦୦୦ ରହିଥିବା ବେଳେ ନାବାର୍ଡ ଲୋନ ୩୪୧୧୪୫୦ ଟଙ୍କା ନାମ ଫଳକରେ ଉଲ୍ଲେଖ ରହିଛି ଖଡିଆଳର ଜଣେ ଠିକାଦାର ଏହି କାର୍ଯ୍ୟକୁ ନିର୍ମାଣ କରୁଛନ୍ତି। ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବୁଦ୍ଧିକୋମନା ଓ ଜଳମକଟା ଗାଁର ଚାଷୀ ଉପକୃତ ହେବେ। କାର୍ଯ୍ୟ ଆରମ୍ଭ ୨୦୨୪ ଜାନୁଆରୀ ନାମ ଫଳକରେ ଉଲ୍ଲେଖ ରହିଛି । କାର୍ଯ୍ୟ ଶେଷ ୨୦୨୪ ଏପ୍ରିଲ ଅବଧି ସରିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ ହୋଇ ନାହିଁ। ନିମ୍ନମାନର କାମ ଯୋଗୁ ଫାଉଣ୍ଡେଶନ ତଳକୁ ଦବିବାରେ ଲାଗିଛି । ଏ ସଂକ୍ରାନ୍ତରେ ଜେଇ ବିଭାର ଙ୍କୁ ପଚାରିବାରୁ ମିସ୍ତ୍ରୀ ଅଭାବରୁ ଗ୍ରାମାଞ୍ଚଳ ମିସ୍ତ୍ରୀ କାମ କରୁଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ,ଯେଉଁ ସ୍ଥାନ ଫାଟିଯାଇଛି ସେଠାରେ ପୁଣି ପ୍ଲାଷ୍ଟର କରାଯିବ ବୋଲି କହିଥିଲେ। ନିର୍ବାହୀ ଯନ୍ତ୍ରୀ ଶିରିଶ ଚନ୍ଦ୍ର ମୁଣ୍ଡା ନୂଆପଡାଙ୍କୁ ପଚାରିବାରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ତଳକୁ ଦବି ଯାଇଥିବ, କୋମନା ଜେଇଙ୍କୁ ନିର୍ମାଣସ୍ଥଳକୁ ଯାଇ ଦେଖିବା ପାଇଁ ପଠାଇବି । କଣ ହୋଇଛି ରିପୋର୍ଟ ଦେଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Post a Comment