ଉଦନ୍ତୀ ନଦୀ ବନ୍ଧ ଯୋଜନା ପାଇଁ ଦାବୀ କଲେ ପୂର୍ବତନ ସାଂସଦ ଓ ଜିଲ୍ଲା ବିଜେପି ସଭାପତି


ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଓ ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱ ରେ ବହୁ ପ୍ରତିକ୍ଷୀତ ଉଦନ୍ତି ନଦୀବନ୍ଧ ଯୋଜନା ନିମନ୍ତେ ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି। ଏହି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେଲେ ସିନାପାଲି, ବୋଡ଼େନ ଓ ଖରିଆର ତଥା ଗୋଲାମୁଣ୍ଡା ବ୍ଲକ ର ଅନେକ ଚାଷୀ ଉପକୃତ ହେବା ଜଣାଇଛନ୍ତି।ଏ ସମ୍ବନ୍ଧରେ ଅନେକ ଥର ଉଚ୍ଚ ସ୍ତରୀୟ ତଦନ୍ତ କାରୀ ସଂସ୍ଥା ଦ୍ୱାରା ବିଗତ ସରକାର ମାନେ ସର୍ଭେ କରି ସରଜମିନ ତଦନ୍ତ କରି ଚୁପ୍ ଥିବା ଦର୍ଶାଇଛନ୍ତି ସ୍ଵାଧୀନତା ପୂର୍ବରୁ ଅଞ୍ଚଳ ବାସୀ ଏହି ଅଞ୍ଚଳ ଏକ ଚିର ମରୁଡି ପ୍ରପୀଡ଼ିତ ତଥା ଶୁଷ୍କ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ଏଠାକାର ଚାଷୀ ଅର୍ଦ୍ଧ ମରୁଡି ଓ ପ୍ରତି ପାଞ୍ଚ ବର୍ଷରେ ମହା ମରୁଡି ର ଶିକାର ହୋଇଥାନ୍ତି ଏ ଅଞ୍ଚଳ ର ଚାଷ ଓ ଚାଷୀ କୁଲଙ୍କୁ ଉଦ୍ଧାର କରିବା ପାଇଁ ଉଦନ୍ତି
ନଦୀ ବନ୍ଧ ଯୋଜନା ଏକମାତ୍ର ବିକଳ୍ପ ବୋଲି ଜଣା ଇ ଛନ୍ତି। ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚ ସ୍ତରୀୟ ସର୍ଭେ ଟିମ୍ ପଠାଇ କାର୍ଯନ୍ଵୟନ୍ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Post a Comment

Previous Post Next Post