ଧର୍ମଗଡ , ଆଜତକ ଓଡ଼ିଶା (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ସୋମବାର ୧୦୦ ରୁ ଉର୍ଦ୍ଧ ଛାତ୍ରୀ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି । ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷ ଗୁଡ଼ିକୁ ନିଜ ଭାଇ ଭାବି ତିଳକ ଲଗାଇ, ଆଳତି ଦେଇ ଗଛର ସୁରକ୍ଷା ଓ ଦୀର୍ଘାୟୁ କାମନା କରି ରାକ୍ଷୀ ବାନ୍ଧିଥିଲେ। ଜୀବଜଗତ କୁ ଅମ୍ଳଜାନ ପ୍ରଦାନ ପୂର୍ବକ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କାମନା କରିଥିଲେ। ଏହି ରାକ୍ଷୀ ଗୁଡକ ପ୍ରାକୃତିକ ଫୁଲ ଓ ପତ୍ରରେ ପ୍ରସ୍ତୁତ କରିଥିଲେ। ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ବୃକ୍ଷ କୁ ରାକ୍ଷୀ ବାନ୍ଧି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ଛାତ୍ରୀ ମାନଙ୍କ ଏପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯିବା ସହ ଆଗାମୀ ଦିନରେ ପ୍ରତୋକ ଛାତ୍ରୀ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ସହ ଜଙ୍ଗଲର ବୃକ୍ଷରାଜୀଙ୍କୁ ସୁରକ୍ଷା ପାଇଁ ଗଛକୁ ଭାଇ ଭାବି ରାକ୍ଷୀ ବାନ୍ଧିଲେ ଆଗାମୀ ଦିନରେ ଜଙ୍ଗଲ ଅଭିବୃଦ୍ଧି ସହ ପରିବେଶ ସଚେତନତା ବାର୍ତ୍ତା ସୃଷ୍ଟି ହେବ ବୋଲି ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Post a Comment