ବଲାଙ୍ଗିର :୨୧/୮ (ଗଣେଶ ଦାସ) ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣରେ ସ୍ବଚ୍ଛଳ ବର୍ଗ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିବାଦ ସୃଷ୍ଟି କରିଛି । ଏହାକୁ ବିରୋଧ କରାଯାଉଛି। ଏହା ବିରୋଧରେ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ କରାଯାଇଛି । ଏହି ପରିପେକ୍ଷୀରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଏବଂ ଏଲଡିଏ ତରଫରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହା ଦ୍ୱାରା ଉପକୃତ ହେବେ । ସୁପ୍ରିମକୋର୍ଟ ଏସ୍ସି, ଏସ୍ଟିଙ୍କ ସ୍ଥିତିର ଠିକ୍ ଆକଳନ ନକରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାବି କରାଯାଇଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ , ଖପ୍ରାଖୋଲ ଏବଂ ବେଲପଡାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ସ୍କୁଲ କଲେଜ ଗାଡି ମଟର ସବୁ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପହଞ୍ଚି ପିକେଟିଂ କରିବା ସହିତ ରାସ୍ତାଘାଟ ଦୋକାନ ବଜାର ବନ୍ଦ କରୁଛନ୍ତି। ସେପଟେ ଭାରତ ବନ୍ଦ ଯୋଗୁଁ ଗାଡ଼ି ମୋଟର ଓ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଛକରେ ଶାନ୍ତିଶୃଙ୍ଖଳା କୁ ଦୃଷ୍ଟିରେ ରଖି ଖପ୍ରାଖୋଲ ପୋଲିସ ପକ୍ଷରୁ ବ୍ୟାପକ ମୁତୟନ ହୋଇଛନ୍ତି।

Post a Comment