ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡ଼ା ଙ୍କ ଜରିଆରେ ତିନି ମାସିକିଆ ସିଲେଇ ମେସିନ ପ୍ରଶିକ୍ଷଣ ଜନ ଶିକ୍ଷଣ ସଂସ୍ଥାନ ନୂଆପଡ଼ା ଦ୍ୱାରା ପ୍ରାରମ୍ଭ କରାଗଲା


ନୂଆପଡ଼ା ୭/୮ (ଆଜତକ୍ ଓଡ଼ିଶା): ନୂଆପଡ଼ା ଜିଲ୍ଲା ସଦର ମହକୁମା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଟାନୱଟ ନିକଟସ୍ଥିତ ଆଦିବାସୀ ଭବନ ଠାରେ ଆଜି ତାରିଖ ୭ ଅଗଷ୍ଟ ୨୦୨୪ ମଙ୍ଗଳବାର ଦିନ ଠାରୁ TAILORING TRAINING (ସିଲେଇ ମେସିନ ପ୍ରଶିକ୍ଷଣ ) ୩ ମାସ ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡ଼ା ଙ୍କ ଜରିଆରେ ୨୦ ଜଣ ଯୁବତୀଶକ୍ତି ଓ ମାତୃଶକ୍ତି ଙ୍କୁ ନେଇ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ଶୁଭଉଦଘାଟନ କରାଗଲା । ଏହି ଶୁଭ ଅବସରରେ ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦେଶକ ଶ୍ରୀମତୀ ନମିତା ସାହୁ, ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ବିଜୟ କୁମାର ପାଣି, ଟେଲରିଙ୍ଗ ଶିକ୍ଷକ ଶ୍ରୀମତୀ ଦୀପ୍ତି ଦେୱାଙ୍ଗନ, ଟ୍ରେନିଙ୍ଗ ଅର୍ଗାନାଇଜର ଶ୍ରୀଯୁକ୍ତ ବେଦରାମ ଦେୱାଙ୍ଗନ, ଫିଲ୍ଡ ଆସିଷ୍ଟାଣ୍ଟ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଓ ଗୋଣ୍ଡି ଭାଷା ଟ୍ରେନେର ସୁଶ୍ରୀ କରିଶ୍ମା ନେତାମ ଉପସ୍ଥିତ ଥିଲେ । ଏହା ସମ୍ପୂର୍ଣ୍ଣ ରୂପେ ନିଃଶୁକ୍ଳ ମାଗଣା ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ଦ୍ୱାରା ଯୁବତୀଶକ୍ତି ଓ ମାତୃଶକ୍ତି ନିଜର ଦକ୍ଷତା ବୃଦ୍ଧି କରିବା ସାଙ୍ଗେ ସାଙ୍ଗେ ନିଜ ଗୋଡ଼ ରେ ନିଜେ ଛିଡ଼ା ହୋଇ ଆତ୍ମନିର୍ଭରଶୀଳ ହୋଇ ପାରିବେ ଏହା ହିଁ ଏହି ପ୍ରଶିକ୍ଷଣ ର ମୂଳ ଲକ୍ଷ୍ୟ ଅଟେ ।

Post a Comment

Previous Post Next Post