୪୦ ବର୍ଷ ର ବିଦ୍ୟାଳୟ କୁ ନାହିଁ ଖଣ୍ଡେ ଭଲ ରାସ୍ତା କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରାସ୍ତା


ଧର୍ମଗଡ:୦୮/୮:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ଗ୍ରାମ ରେ ଅଛି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ । ପ୍ରାୟ ୪୦ ବର୍ଷ ତଳେ ସ୍ଥାପିତ ଏହି ବିଦ୍ୟାଳୟ ରାସ୍ତା ଟି କର୍ଦ୍ଧମାକ୍ତ ହୋଇ ପଡ଼ିଛି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ପାଇଁ ଦାବୀ ହେଉ ଥିଲେ ହେଁ ଏହା ହୋଇ ପାରି ନାହିଁ । ଫଳ ରେ ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଶିକ୍ଷକ କର୍ମଚାରୀ ମାନେ ବିଦ୍ୟାଳୟ କୁ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ଟି ଅଞ୍ଚଳ ର ଏକ ପୁରୁଣା ବିଦ୍ୟାଳୟ। ଏହି ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ୬୪ ଓ ଦଶମ ଶ୍ରେଣୀରେ ୫୧ ମୋଟ ୧୧୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଗତ ନବୀନ ସରକାର ସମୟ ରେ ଏହି ବିଦ୍ୟାଳୟ କୁ ୫-ଟି ଯୋଜନା ରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଶ୍ରେଣୀ ଗୃହ ଇତ୍ୟାଦି ନିର୍ମାଣ କରାଯାଇ ବିଦ୍ୟାଳୟ ର ରୂପାନ୍ତରଣ କରା ଯାଇଛି । ସ୍କୁଲ ସିନା ଚକା ଚକ ଅଛି ହେଲେ ସ୍କୁଲ କୁ ମୂଖ୍ୟ ସଡକ ସହ ସଂଯୋଗ କରୁଥିବା ପ୍ରାୟ ତିନି ଶହ ମିଟର ରାସ୍ତା ଖାଲ ଖମା ରେ ପୂର୍ଣ୍ଣ ହୋଇଛି । ସାମାନ୍ୟ ବର୍ଷା ହେଲେ ପାଣି ଜମା ହୋଇ ଯିବା ଆସିବା ରେ ଅସୁବିଧା ସୃଷ୍ଟି ହୋଇ ଥାଏ । ବିଭିନ୍ନ ସମୟ ରେ ସାଇକେଲ ରେ ଯାଉ ଥିବା ସମୟ ରେ ଛାତ୍ର ଛାତ୍ରୀ ମାନେ କାଦୁଅ ରେ ପଡ଼ି ସେମାନଙ୍କ ପୋଷାକ ପତ୍ର ସହ ବହି ଖାତା ମଧ୍ୟ ଅସନା ହୋଇଥାଏ । ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଅଧିକାରୀ, ରାଜ ନେତା ମାନେ ଆସୁଥିଲେ ହେଁ କାହାରି ଦୃଷ୍ଟି ନ ପଡ଼ିବା ପରିତାପ ର ବିଷୟ ବୋଲି ଅଭି ଭାବକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମୁଣ୍ଡ ଙ୍କୁ ଯୋଗା ଯୋଗ କରିବାରୁ ଅନେକ ବାର ସେ ଗ୍ରାମ ପଞ୍ଚାୟତ ର ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ଫଳ କିଛି ହୋଇ ନାହି ବୋଲି ସେ କହିଛନ୍ତି । ବ୍ଲକ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ମୁଖ୍ୟ ସଡକ ଠାରୁ ସ୍କୁଲ ପର୍ଯ୍ୟନ୍ତ ଏକ ପକ୍କା ରାସ୍ତା କରିବା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଦାବୀ ହେଉଛି ।

Post a Comment

Previous Post Next Post