ଗୁରୁତର ଯୁବକକୁ କଲିକତା ସ୍ଥାନାନ୍ତର : ପିଡିତଙ୍କ ପରିବାର ପକ୍ଷରୁ ଥାନାର ଦ୍ୱାରସ୍ଥ
ଜଳେଶ୍ୱର ୧/୯ (ଜଗନ୍ନାଥ ଗୋଛାୟତ) ବାଢ ଭଂଗ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଜଣେ ଯୁବକ ଗୁରୁତର ହେବାକୁ କଲିକତା ସ୍ଥାନନ୍ତର ହୋଇଥିବା ବେଳେ ନ୍ୟାୟ ଲାଗି ପିଡିତଙ୍କ ପରିବାର ପକ୍ଷରୁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ, ଜଳେଶ୍ୱର ଥାନା ଅନ୍ତର୍ଗତ କାଶିଡିହା ଗ୍ରାମର ପରେଶ ମହାନ୍ତି ଆବସ ଯୋଜନାରେ ଗୃହ ନିର୍ମାଣ ପାଇଁ ତାଙ୍କର ପୁରୁଣା ଘରକୁ ଭଂଗିବାଲାଗି ଜେସିବି ମେସିନ ଆଣିଥିଲେ । ରାସ୍ତାଟି ଅଣଓସାରିଆ ହୋଇଥିବାରୁ ପଡୋଶୀ ଦୁର୍ଗେଶ ନାୟକଙ୍କ ବାଢ ଭାଂଗିଯାଇଥିଲା । ଏହି ଘଟଣାକୁ ନେଇ ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା । ଦୁର୍ଗେଶଙ୍କ ପରିବାର ଲୋକଙ୍କ ଆକ୍ରମଣରେ ପରେଶ ପରିବାରର ପ୍ରଶାନ୍ତ ମହାପାତ୍ର ଆଖି ଫୁଟିଯାଇଥିବା ଅଭିଯୋଗ ହୋଇଛି । ପିଡିତଙ୍କୁ ତୁରନ୍ତ ଜଳେଶ୍ୱର ଜିକେଭଟ୍ଟର, ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନରୁ କଲିକତାକୁ ସ୍ଥାନାନ୍ତର କରଯାଇଥିବା ପରିବାର ସୂତ୍ରରୁ ପ୍ରକାଶ । ନାମ୍ପୋ ଫାଣ୍ଡିରେ ଅଭିଯୋଗ କ୍ରମେ ଜଳେଶ୍ୱର ପୁଲିସ୍ ଅଭିଯୁକ୍ତ ମାନଙ୍କୁ ଡାକି ପଚରାଉଚରା ପରେ ଛାଡିଦେଇଥିବା ପ୍ରତିବାଦରେ ଆଜି ପରେଶ ମହାପାତ୍ରଙ୍କ ମା ସରସ୍ୱତୀ ମହାନ୍ତି, ମନୋଜ ମହାନ୍ତି, ରାଜେଶ ମହାନ୍ତି ଓ ରଶ୍ମି ମହାନ୍ତି ଓ ପରିବାର ଲୋକେ ଜଳେଶ୍ୱର ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କଗିରଫ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।
Post a Comment