ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ମେଲ୍ୟାରିଆ,ଡେଙ୍ଗୁ, ଡାଇରିଆ ସଚେତନ ଶିବିର ଅନୁଷ୍ଠିତ


ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ମେଲ୍ୟାରିଆ,ଡେଙ୍ଗୁ, ଡାଇରିଆ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସ୍ଵଚ୍ଛତା, ସଫେଇ ପରିବେଶ ନିର୍ମଳ ଥିଲେ ରୋଗ ରୁ ମୁକ୍ତି ସୁନିଶ୍ଚିତ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଆଜି ଖଡିଆଳ ୱାର୍ଡ ନମ୍ୱର୍ ୦୨ ରେ ସଚେତନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଡ଼ା ର ଜନ ଗହଳି ସ୍ଥାନ ରେ ସଚେତନ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିର କୁ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ବରପ୍ରାପ୍ତ ନିର୍ବାହୀ ଅଧିକାରୀ ବିରସେନ ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ସ୍ଵଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ଯୋଗ ଦେଇଥିବା ବେଳେ ସଚେତନ ଦ୍ବାରା ରୋଗରୁ ମୁକ୍ତି ମିଳିବ ସହ ପରିବାର ଶାନ୍ତି ରହିବା। କେବଲ ସଫେଇ ଏକମାତ୍ର ମାଧ୍ୟମ ଅଟେ ବୋଲି ପ୍ରକାଶ କରିଛନ୍ତି। ସଭାରେ ରିତେଶ ପଟ୍ଟନାୟକ, ଏନଏସି କର୍ମଚାରୀ ଇଯାର ତାଣ୍ଡି, ୱାର୍ଡ ସଭ୍ୟା ରେବତୀ ଶବର, ପରିମଳ ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ ପରିମଳ ବିଶେଷଜ୍ଞ ସୁପର ଭାଇଜର ସଦାଶିବ ପଣ୍ଡା ସଫେଇ ଥୀ ରୋଶନ ଖନ୍ଦେକର, ଭିକ୍କି ପାତ୍ର, ପରମେଶ୍ବର, ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ପାଇଁ ଆହ୍ବାନ କରିଛନ୍ତି।

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post