ଗୋଟିଏ କାମକୁ ଦୁଇଥର ବିଲକରି ଖାଇଗଲେ କି କନିଷ୍ଠ ଯନ୍ତ୍ରୀ ?


ନୂଆପଡା (ପରମେଶ୍ୱର ମେହେର) କାମ ଗୋଟିଏ କିନ୍ତୁ ବିଲ ହୋଇଛି ଦୁଇଥର, ଏମିତି ଏକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମରୁ। ଏନେଇ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହୁଛନ୍ତି ଗ୍ରାମବାସୀ। ଲୋକଙ୍କ କହିବାନୁଯାୟୀ ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମର ରାସ୍ତା କଡ଼ରେ ଏକ ଯାତ୍ରୀ ପ୍ରତୀକ୍ଷାଲୟ ଗତ ୨୦୨୨/୨୩ ମସିହାରେ ଏକ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ (5th S F C ) ତରଫରୁ ନିର୍ମାଣ କରା ଯାଇଥିଲା। ଏହାକୁ ଗତ ତାରିଖ ୦୪/୦୯/୨୨ ରେ ତତ୍କାଳୀନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଉଦଘାଟନ କରିଥିଲେ। କିନ୍ତୁ କିଛି ମାସ ତଳେ ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ଗ୍ରାମବାସୀଙ୍କ ଅଜାଣତରେ ଉକ୍ତ ପ୍ରତୀକ୍ଷାଲୟ ର ସାଇନ୍ ବୋର୍ଡ କୁ ଲିଭାଇ ଦେଇ ଏକ ଲକ୍ଷ ୫୭ ହଜାର ୩୪୫ ଟଙ୍କାର କାର୍ଯ୍ୟ ହୋଇଥିବା ଲେଖା ଯାଇଥିଲା। ଗ୍ରାମବାସୀ ପରେ ଏହି ବୋର୍ଡ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପ୍ରତୀକ୍ଷାଲୟର ଉପର ଭାଗରେ ସାମାନ୍ୟ ପରିବର୍ତ୍ତନ କରା ଯାଇଥିବା ବେଳେ କୌଣସି କାମ ହୋଇନାହିଁ କିନ୍ତୁ ଏତେ ଟଙ୍କାର କାମ କେମିତି ହେଲା ବୋଲି ସେମାନେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଯଦି ଯାତ୍ରୀ ବିଶ୍ରାମ ଗାର ପାଇଁ ଅନୁଦାନ ଆସିଲା ତା ହେଲେ ଅନ୍ୟତ୍ର କରିବା କଥା କିନ୍ତୁ ପୁରୁଣା କାର୍ଯ୍ୟକୁ ନୂଆଁ ଦେଖାଇ ବିଲ କରିବା କେତେ ନ୍ୟାୟ ସଙ୍ଗତ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ତତ୍କାଳୀନ ବିଜେଡ଼ି ସରକାରରେ ଅନେକ କାମରେ ଦୁର୍ନୀତି ହୋଇଛି ତେଣୁ ଏହି କାମ ସହ ସବୁ କାମର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି। ଏନେଇ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରାଙ୍କୁ ପଚାରିବାରୁ କିଛି କାମ ହୋଇଛି କିନ୍ତୁ ଆଦୌ ବିଲ କରାଯାଇନି।ସେ ନିଜେ ଯାଇ ଏହାର ତଦନ୍ତ କରିବେ ଓ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେଉଁ କନିଷ୍ଠ ଯନ୍ତ୍ରୀ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରୁଥିଲେ ଦ୍ଵିତୀୟ ଥର କାର୍ଯ୍ୟରେ ମଧ୍ୟ ସେ ତଦାରଖ ଦାୟିତ୍ବରେ ଅଛନ୍ତି। ଏଣୁ ଜାଣି ଶୁଣି ଗୋଟିଏ କାମକୁ ଦୁଇଥର କରିବା କେତେ ଯୁକ୍ତିଯୁକ୍ତ ଏହା ତଦନ୍ତ ସାପେକ୍ଷ। 

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post