ଭ୍ୟାନ ଧକ୍କାରେ ଦୁଇ ବାଇକ ଆରୋହି ମୃତ


କୋମନା:- ( ସଂଗ୍ରାମ)ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଓ ସାହଜେଟ ଗାଁ ରାସ୍ତା ଉପରେ ଭ୍ୟାନ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହି ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାହାଜେଟ ଗାଁର ଟିକେଶ୍ଵର ସାହୁ(୪୫)ଓ ବଲାଙ୍ଗୀର ଜିଲ୍ଲା ଯୋଗିମୁଣ୍ଡା ନିକଟସ୍ଥ ଖଲିଆ ଗାଁର ସୁଶାନ୍ତ ମିର୍ଦ୍ଧା(୨୫) । ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ମୁତାବକ ଶନିବାର ଅପରାହ୍ନରେ ଦୁହେଁ ତରବୋଡ଼ ରୁ ସାହାଜଟ ଗାଁକୁ ବାଇକ ଯୋଗେ ଫେରୁଥିବା ସମୟ ରେ ରାସ୍ତାରେ ଏକ ଭ୍ୟାନ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତରବୋଡ଼ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି।

Post a Comment

Previous Post Next Post