ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଳା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷକ ସାଥୀ ସଂଘ ସାକ୍ଷାତ କରି ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୦୬ ମସିହାରେ କୃଷି ବିଭାଗ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କୃଷକ ସାଥୀ ଭାବରେ ନିଯୁକ୍ତ ହୋଇ ଆଜକୁ ପ୍ରାୟ ୧୭ ବର୍ଷ ହେବ ସମସ୍ତ କାର୍ଯ୍ୟ କରିଆସୁଥିଲେ ମଧ୍ଯ ସରକାର ସେମା ମାନଙ୍କୁ ଅଣଦେଖା କରୁଛନ୍ତି । ମାସିକ ମାତ୍ର ଏକ ହଜାର ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯାଉଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ତେଣୁ ମାସିକ ୧୮ ହଜାର ଟଙ୍କା ସହ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ। ସେହିପରି ଶିକ୍ଷାଗତ ଯୋଗ୍ୟତା ଭିଭିରେ ଗ୍ରାମ କୃଷି କର୍ମଚାରୀ ପଦବୀରେ ନିଯୁକ୍ତି, ଇପିଏଫ୍, ଇଏସ୍ଆଇ ଏବଂ ସାମାଜିକ ସୁରକ୍ଷା, ସମସ୍ତ କୃଷିଭିଭିକ ଉନ୍ନୟନ କାର୍ଯ୍ୟରେ କୃଷକ ସାଥୀଙ୍କୁ ନିୟୋଜିତ କରିବା, ମୃତ୍ଯୁ ହେଲେ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ନିଯୁକ୍ତି ଆଦି ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ କୃଷକ ସାଥୀ ସଂଘ ସଭାପତି ନରହରି ବାଗ, ଦେବରାଜ ସୁନାନୀ, ଉଗ୍ରେସନ କରୁଆ, କାହ୍ନୁ ଶବର, କେଶରାଜ ଧରୁଆ,ବିଶ୍ବାମିତ୍ର ସାହୁ,ତୁଲସିରାମ ମାଝୀ,ନିଲାଚଲ ସାହୁ, ଚଉବନ ଥପା, ଲଲିତ ହାତି, ହରି ପାଣିଗ୍ରାହୀ, ମନୋଜ କୁମାର ହଂସ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment