ସମସ୍ୟା ଭିତରେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ -ଦୃଷ୍ଟି ଆକର୍ଷଣ କଲେ ଚିକିତ୍ସାଧିକାରୀ


ଧର୍ମଗଡ (ଆଜ୍ ତକ ଓଡ଼ିଶା ) ପ୍ରଦିପ ସେଠଆ . ଧର୍ମଗଡ ବ୍ଲକ ପର୍ଲା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭିନ୍ନ ସମସ୍ୟା ଦୀର୍ଘ ଦିନ ରୁ ଲାଗି ରହିଛି।ବାରମ୍ବାର ଗ୍ରାମବାସୀ ନେତା ,ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନ ଙ୍କୁ ଜଣାଇଛନ୍ତି।ହେଲେ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ।ଗତ କିଛି ମାସ ତଳେ ପର୍ଲା ସରପଞ୍ଚ ଙ୍କ ନେତୃତ୍ୱ ରେ ଗ୍ରାମବାସୀ ସମସ୍ୟା ଉପରେ ଜିଲ୍ଲା ପାଳ ଙ୍କୁ ଅବଗତ କରିଥିଲେ।ଏପରିକି ପୂର୍ବ ସରକାର ଙ୍କ ୫ଟି ଅଧ୍ୟକ୍ଷ ଙ୍କୁ ୫ଟି ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସାମିଲ କରିବା କୁ ଜଣାଇ ଥିଲେ।ବର୍ତ୍ତମାନ ଦିନ କୁ ଦିନ ଅନେକ ସମସ୍ୟା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଗି ରହିଛି।ଯାହାକୁ ନେଇ ଚିକିତ୍ସାଧିକାରୀ କ୍ଷୁବ୍ଧ ପ୍ରକାଶ କରି ଉପରସ୍ଥଧିକାରୀ ଚିଠି ଲେଖି ଜଣାଇଛନ୍ତି।ସୂଚନା ଅନୁଯାୟୀ ଅଧିକାରୀ ଜଣକ ଗତ ୧୫/୭/୨୪-ଚିଠି ନଂ-୧୧୯ରେ ବ୍ଲକ ସ୍ତରୀୟ ଧର୍ମଗଡ ଠାରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଲେଖି ଜଣାଇଛନ୍ତି।ଉକ୍ତ ଚିଠି ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଜସ୍ୱ ଇଲେକ୍ଟ୍ରି ଟ୍ରାନ୍ସଫୋରମା ନ ଥିବା ଯୋଗୁ ଲୋଭଲଟେଜ ଲାଗି ରହୁଛି।ଯାହା ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ନ ଚାଲି ଜିରାଜୀର୍ଣ୍ଣ ଭାବେ ପଡି ରହିଥିବା ଉଲ୍ଲେଖ କରାଯାଇଛି।ଏପରିକି ସରକାରୀ କ୍ଵାଟର ଗୁଡିକ ର ମରାମତି ଦୀର୍ଘ ଦିନରୁ ହୋଇ ନ ଥିବା ଯୋଗୁ ବିପଡ଼ପନ୍ନ ଭାବେ ରହିଅଛି।ଯାହା ବର୍ଷା ଦିନରେ ରହିବା ଅସମ୍ଭବ ହୋଇ ପଡ଼ିଥିବା କୁହାଯାଏ।ସେଭଳି ଆଜି ଯାଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୀମା ନିର୍ଦ୍ଧାରଣ ହୋଇ ନଥିବା ଓ ଚତୁଃପାଶ୍ୱରେ ବାଡ ନ ଥିବା ,ଶୌଚଲୟ ଗୁଡିକ ଅଚଳ ପଡିଥିବା,ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମ ନିର୍ମାଣ କରିବା ଆଦି ଚିଠି ରେ ଦର୍ଶାଇଛନ୍ତି।ବିଶେଷ ଗଭୀର କଥା ଗର୍ଭବତୀ, ପ୍ରସୂତି ଙ୍କ ପାଇଁ ଅନେକ ଉନ୍ନତମାନର ଯନ୍ତ୍ରପାତି ରହିଥିଲେ ମଧ୍ୟ ବିଜୁଳି ଲୋ ଭତେଜ ଯୋଗୁ ଚାଳିବାରେ ସକ୍ଷମ ହୋଇ ପାରୁ ନ ଥିବା ଅଧିକାରୀ ଡ଼ଃ ଗୌରାଙ୍ଗ ଚରଣ ଗିରି ପ୍ରକାଶ କରନ୍ତି।ତେବେ ସରକାରୀ ସ୍ତରରେ ହେଉ ଅବା ପ୍ରଶାସନ ପକ୍ଷରୁ ସଦା ସର୍ବଦା ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଅବହେଳା କରା ଯାଇଛି।ଗୋଟାଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମେଡ଼ିସିନ ବିଶେଷଜ୍ଞ, ଜଣେ ଗର୍ଭବତୀ ପ୍ରସୂତି ବିଶେଷଜ୍ଞ, ସର୍ଜରି ବିଶେଷଜ୍ଞ, ସମେତ ଇନଚାର୍ଜ ଅଧିକାରୀ ଏମବି ବି ଏସ ୪ଜଣ ମୁଖ୍ୟତଃ ନିଯୁକ୍ତି ବ୍ୟବସ୍ଥା ରହିଅଛି।ହେଲେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୂଳ ରୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନ ଦେବା ସରକାରୀ ସ୍ତରର ଏକ ଅବହେଳିତ ନମୁନା ବୋଲି ସମାଲୋଚନା ହେଉଛି।ଏପରିକି ଗର୍ଭବତୀ ପ୍ରସୂତି ସେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ତାର ନଗ୍ନ ଚିତ୍ର ପ୍ରମାଣିତ କରେ।କେବଳ ଭଗବାନ ଭରସା ରେ ସେବା ଯୋଗାଉ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହୁଏ। ବର୍ତ୍ତମାନ ସରକାର ବଦଳିଛି-ଏହି ବଦଳ ନିହାତି ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାଗ୍ୟ ପରିବର୍ତ୍ତନ ଆସିବ ବୋଲି ଗ୍ରାମବାସୀ ଆଶା ବାନ୍ଧିଥିବା ଗ୍ରାମର ଅଭୟ ଦାସ,ନବୀନ ପୁରୋହିତ,ଅରୁଣ ଜାଲ,ସୁବାସ ଦାସ,ଜାଗେଶ୍ୱର ଜାଲ ,ସାଧୁରାମ ଶବର,ଲଳିତ ଗୋପାଳ ପ୍ରମୁଖ ପ୍ରକାଶ କରିଛନ୍ତି।

Post a Comment

Previous Post Next Post