ନୂଆପଡ଼ା ଜିଲ୍ଲା ସଦର ସିନାପାଲି ରେ ଚାଲିଛି ଲକ୍ଷାଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ । କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ କୌଣସି ନିର୍ମାଣ ସ୍ଥଳରେ କାମ ନେଇ ସୂଚନା ଫଳକ ଟିଏ ନଥିବା ଦେଖିବାକୁ ମିଳିଛି । ସରକାରଙ୍କ ନିୟମ ଅନୁସାରେ ଯେଉଁ ଠାରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି, ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ରହିଛି। କିନ୍ତୁ ସିନାପାଲିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରାପ୍ତ ଖବର ଅନୁଯାୟୀ ସଦର ପଞ୍ଚାୟତର ବ୍ଲକ୍ କଲୋନି ରୁ ହାଇସ୍କୁଲ ପର୍ଯ୍ୟନ୍ତ ପେପର ବ୍ଲକ୍ କାର୍ଯ୍ୟ ଅଟକଳ ପରିମାଣର ୧୦ଲକ୍ଷ, ଗୁଡ଼ିଆ ଛକ୍ ରୁ ସା ପଡ଼ା ପର୍ଯ୍ୟନ୍ତ ସିସି ରୋଡ଼, ଡେଲି ମାର୍କେଟ୍ ପାଖରେ ଶୌଚାଳୟ ନିର୍ମାଣ,ବ୍ଲକ୍ କଲୋନୀ ପଛପଟେ ୫ଲକ୍ଷ ଟଙ୍କାର ବସ୍ ଷ୍ଟପ,ସେଣ୍ଟର ୟୁପି ସ୍କୁଲ୍ ଠାରେ କ୍ଲାସ ରୁମ୍ ତିଆରି , ଟିଚର କମୁନ୍ୟୁଟି ହଲ ଅଧା ପହତରିଆ କରି ବିନା ସୂଚନା ଫଳକ ରେ ୧୦ ଲକ୍ଷ ଖାଇ ଯାଇଥିବା ମଧ୍ୟ ସାମ୍ନା କୁ ଆସିଛି। ଏଭଳି ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସେଠାରେ କୌଣସି ସୂଚନା ଫଳକ ଲଗା ଯାଇ ନାହିଁ। ଫଳରେ ଜନସାଧାରଣ ଏହି କାର୍ଯ୍ୟ କେଉଁ ବିଭାଗୀୟ ଓ ଅଟକଳ ପାଣ୍ଠି କେତେ , କାର୍ଯ୍ୟ କେବେ ଆରମ୍ଭ ହୋଇଛି ଓ କେଉଁ ଠିକାଦାର ଦ୍ବାରା କରା ଯାଉଛି ତାହା ଜାଣି ପାରୁନାହାଁନ୍ତି। ଯାହାକି ପ୍ରଶାସନ ପକ୍ଷରୁ ଏସବୁ ତଥ୍ୟ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ମାଧ୍ୟମରେ ସାର୍ବଜନୀନ କରିବା କଥା। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଏଭଳି ମନମୁଖୀକୁ ନେଇ ସରକାରୀ ନିୟମକୁ ଖାତିର କରୁନଥିବା ସହଜେ ଜଣାପଡୁଛି। ପ୍ରାପ୍ତ ସୂଚନା ମୁତାବକ ଏହି କାର୍ଯ୍ୟକୁ ସିନାପାଲି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମୀନାକ୍ଷି ମିଶ୍ର ତଦାରଖ କରୁଛନ୍ତି। ହେଲେ ଏଭଳି ସରକାରୀ ନିୟମକୁ ଫୁ କରି କିଭଳି ତଦାରଖ କରୁଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ କରୁଛି। କୌଣସି କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବାରୁ ଯନ୍ତ୍ରୀ ଶ୍ରୀମତୀ ମିଶ୍ରଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ ହେଉଛି। କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀ ଉପସ୍ଥିତ ରହୁଛନ୍ତି ନା ନାହିଁ ତାହା ମଧ୍ୟ ସନ୍ଦେହ ହେଉଛି। ଏନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

Post a Comment