ସୁବର୍ଣ୍ଣପୁର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ


ସୁବର୍ଣ୍ଣପୁର (ଗଣପତିବାଘ) ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଅନୁସୁଚିତ ଜାତି ଜନଜାତି ମିଳିତ ମଞ୍ଚର କର୍ମକର୍ତା ମାନେ ସହରର ବ୍ଲକ ଛକ, ନଳୀନି ଛକ ଓ କୁଞ୍ଜ ଛକ ଆଦି ସ୍ଥାନରେ ପିକେଟିଙ୍ଗ କରି ଗାଡି ମୋଟର ବନ୍ଦ କରିଛନ୍ତି । ଆଜି ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଥିବା ବେଲେ ବନ୍ଦ ପ୍ରଭାବରେ ଗାଡି ମଟର ,ସ୍କୁଲ କଲେଜ ଓ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ କୁ ପିକେଟିଙ୍ଗ କରି ବନ୍ଦ କରୁଛନ୍ତି । ଗତ ଅଗଷ୍ଟ ୧ତାରିଖ ଦିନ ସୁପ୍ରୀମ କୋର୍ଟ ଦେଇଥିବା କ୍ରୀମିଲୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଗାମି ଦିନରେ କେନ୍ଦ୍ର ସରକାର ଏକ ଓଡିନାନ୍ସ ବା ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଏହି ମିଳିତ ମଞ୍ଚର କର୍ମକର୍ତା ମାନେ।

Post a Comment

Previous Post Next Post