ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଅନୁଷ୍ଠିତ ନୂତନ ଅପରାଧ ଆଇନ କାର୍ଯ୍ୟକାରିତା ଉପରେ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ଏସଡିପିଓ ଅଭିଷେକ ଅରୂପ ବେହେରା ଯୋଗ ଦେଇ ଏହି ଆଇନ ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ। ବିଶେଷ କରି ତିନି ଗୋଟି ଆଇନ ରେ ପରିବର୍ତ୍ତନ ହୋଇଥିବା ବେଳେ ୧୮୬୦ ଭାରତୀୟ ଦଣ୍ଡ ସଂହିତା ରୁ ଭାରତୀୟ ନ୍ୟାୟ ସଂହିତା ୨୦୨୩ ପରିବର୍ତ୍ତନ ହୋଇଅଛି। ସେହିପରି କୋର୍ଟ ଅଫ୍ କ୍ରିମିନାଲ ପ୍ରସିଡିଙ୍ଗ ୧୯୬୩ କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୧୮୭୨ ପରିବର୍ତ୍ତନ ହୋଇ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କାର୍ଯ୍ୟକାରିତା ନେଇ ଜନସାଧାରଣ ଙ୍କୁ ସଚେତନ କରିଛନ୍ତି। ଏହି ବୈଠକ ରେ ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବରିଷ୍ଠ ନାଗରିକ ଡ଼ ମେହେର ରାମ ଛନ୍ଦ୍ର ମିଶ୍ର, ବରିଷ୍ଠ ନାଗରିକ ସଂଘ ସଭାପତି ରାମେଶ୍ବର ଅଗ୍ରୱାଲ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଡୋଲାମୋହନ ସିଂ ବାବୁ, ବରିଷ୍ଠ ନାଗରିକ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment